ଗୁଡଭେଲା, ୧୫/୧୦ : ବଲାଙ୍ଗୀର ଜିଲ୍ଲା ତୁଷୁରା ସହରର ସରୁନି ମୁଖ୍ୟ ରାସ୍ତା କାମ। ଅବଧି ସରିବାର ବର୍ଷ ବର୍ଷ ପରେବି ଏଯାଏଁ ସରିନି ରାସ୍ତା କାମ। ଯାହାକୁ ନେଇ ଏବେ ସହରରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ସହରବାସୀ ପୂର୍ତ୍ତ ବିଭାଗକୁ ସମାଲୋଚନା କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। 

ତୁଷୁରା ବସଷ୍ଟାଣ୍ଡ ସହ ବିଭିନ୍ନ ସ୍ଥାନରେ ପୂର୍ତ୍ତ ବିଭାଗର ଫୋନ ନମ୍ବର ସହ ବିଭିନ୍ନ ସ୍ଲୋଗାନ ଲେଖାଯାଇଛି। ଧନ୍ୟବାଦ ପିଡବ୍ଲୁଡି ତୁଷୁରାର ବିଶ୍ଵ ସ୍ତରୀୟ ରାସ୍ତା ପାଇଁ। ବେଡ଼ା ଲାଜୁଛେ ଖାଲେ ନି ପଡ଼ୁ। ଧର ଧର ଡାକ ଦେଲା, ପିଡବ୍ଲୁଡି କୁଆଡ଼େ ଗଲା? ଛି ଛି ଛି ରେ ନନି ଛି, ତୁଷୁରା ଆଡ଼େ ବୁଲି ନାଇ ଯିବୁ ତୁଇ। ଇ କାଣା ଜାନବା ବୋ ! ଇ ତ ୩୬୫ ଦିନ ଅଫିସ୍ ଭିତରେ ବସିଲା। ଏହିଭଳି ସ୍ଲୋଗାନ ସବୁ ସହର ସାରା ଲଗାଯାଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।