ଭୁବନେଶ୍ବର,୨୧/୯ : ଭୁବନେଶ୍ବର କ୍ଲବ୍ ନିର୍ବାଚନରେ ପ୍ରଦୀପ ଜେନାଙ୍କ ବାଜିମାତ୍ । ପ୍ରଦୀପ ଜେନା ଭୁବନେଶ୍ବର କ୍ଲବ୍ ସଭାପତି ନିର୍ବାଚିତ ହେଲେ। ଅସିତ ତ୍ରିପାଠୀଙ୍କୁ ୧୮ଖଣ୍ଡ ଭୋଟରେ ହରାଇଲେ । ସଭାପତି ପାଇଁ ଲଢୁଥିଲେ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ ।

ପ୍ରକାଶ ଯେ, କ୍ଲବ ସଭାପତି ରେସରେ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ରଦୀପ ଜେନା ଥିଲେ ଏହି ଦୁଇ ଆଇଏଏସଙ୍କ ଗୋଷ୍ଠୀ ମୁହାଁମୁହି ହୋଇଥିଲେ । ପୂର୍ବରୁ ଅସିତ ତ୍ରିପାଠୀ ଭୁବନେଶ୍ବର କ୍ଲବର ଲଗାତାର ଥର ସଭାପତି ରହି ସାରିଛନ୍ତି ଭୋଟ ଫର୍ ଚେଞ୍ଜ ନାରା ଦେଇ ମଇଦାନକୁ ଓହ୍ଲାଇଥିଲେ ପ୍ରଦୀପ ଜେନା  ଭୁବନେଶ୍ବର କ୍ଲବ ରାଜ୍ୟର ସବୁଠୁ ସଂଭ୍ରାନ୍ତ କ୍ଲବ ।  

ଆଜି ନିର୍ବାଚନ ପାଇଁ ସକାଳ ୧୦ଟା ପରେ ଭୁବନେଶ୍ବର କ୍ଲବ ପରିସରରେ ସୃଷ୍ଟି ହୋଇଥିଲା ଖଚାଖଚ ଭିଡ଼। ନିର୍ବାଚନରେ ଭାଗ ନେବାକୁ କ୍ଲବ୍କୁ ଆସୁଥିଲେ ଜଣକ ପରେ ନାମୀଦାମୀ ବ୍ୟକ୍ତି।