ଜହ୍ନlପଙ୍କ, ୧୧/୧୦: ବୌଦ୍ଧ ଏନଏଚଆରଡ଼ିଏଫ ସମ୍ବିଳନୀ କକ୍ଷ ଠାରେ ପ୍ରଧାନମନ୍ତ୍ରୀ ଧନ -ଧାନ୍ୟ କୃଷି ଯୋଜନା ଏବଂ ଡାଲି ସ୍ୱାବଲମ୍ବୀ ମିଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରରେନସ ମାଧ୍ୟମରେ ଶୁଭାମ୍ଭ କରିଛନ୍ତି l ବୌଦ୍ଧ ଜିଲ୍ଲା ସଦର ବ୍ଲକ ବଘିଆପଡା ଗ୍ରାମପଞ୍ଚାୟତ ପାଳଝାର ସ୍ଥିତ କୃଷିବିଜ୍ଞାନ କେନ୍ଦ୍ର ପକ୍ଷରୁ  ଏହା ଆୟୋଜନ କରାଯାଇଛି।

 ଏହି ଅବସରରେ କୃଷି ଭିତ୍ତିଭୂମି ପାଣ୍ଠି, ପଶୁପାଳନ, ତ୍ସ୍ୟଚାଷ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୧୧୦୦ ରୁ ଅଧିକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ଅଗ୍ରଣୀ ଚାଷୀ, କୃଷକ ଉତ୍ପାଦକ କଂପାନୀ ନିର୍ଦ୍ଦେଶକ, ସଦସ୍ୟ,  ସ୍ୱୟଂ ସହାୟିକ ଗୋଷ୍ଠୀ, କୃଷିମିତ୍ର, କୃଷି ବୈଜ୍ଞାନିକ, କୃଷି ବିଭାଗ କର୍ମଚାରୀ ଯୋଗ ଦେଇଥିଲେ l

 ଏହି କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ତପନ କୁମାର ଦାସ ସଂଯୋଜନା କରିଥିବାବେଳେ ଅନ୍ୟତମ କୃଷି ବୈଜ୍ଞାନିକ ଡ. ମୟୂରୀ ସିଂ ସର୍ଦାର, ଡ.ସମାପିକା ଦଲାଇ, ଡ. କବିତା ମିଶ୍ର, ପିଆଜ ଗବେଷଣା କେନ୍ଦ୍ରର ରଂଜିତ କୁମାର ଦାଶ ପ୍ରମୁଖ ଆୟୋଜନରେ ସହଯୋଗ କରିଥିଲେ l ଏହି ଅବସରରେ କୃଷକ -ବୈଜ୍ଞାନିକ ମାନଙ୍କ ମଧ୍ୟରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା l

ଏଥିରେ ଅଗ୍ରଣୀ ଚାଷୀ ସଂଗଠକ ତଥା ଗନ୍ଧରlଢ଼ୀ କୃଷକ ଉତ୍ପାଦକ କଂପାନୀ ଅଧକ୍ଷ ବିଶିକେସନ ପ୍ରଧାନ ଜୈବିକ କୃଷି ଉପରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ l ଅନ୍ୟତମ ଚାଷୀ ସଂଗଠକ କଷ୍ଟେଶ୍ୱର ଖଟୁଆ ଡାଲି ଜାତୀୟ ଫସଲକୁ ଧାଡିଚାଷ ଓ ଜୈବିକ ପଦ୍ଧତିରେ ଚାଷ କଲେ ଭଲ ହେଉଥିବାର ଉଦାହରଣ ଦେଇଥିଲେ l ଗନ୍ଧରlଢ଼ୀ କୃଷକ ଉତ୍ପାଦକ କଂପାନୀ ସମ୍ପାଦକ ଆସମାନ ମହାକୁଡ଼ଙ୍କ ପ୍ରସ୍ତାବ ପ୍ରକାରେ କଂପାନୀ ମାନଙ୍କ ମାଧ୍ୟମରେ ସରକାରଙ୍କ ସମସ୍ତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ lଶେଷରେ କୃଷି ବୈଜ୍ଞାନିକ ସସ୍ମିତା ପାଳ ଧନ୍ୟବାଦ ଅର୍ପଣ କରିଥିଲେ l