ଗଞ୍ଜାମ , ୧୭/୧୦ :  ଗଞ୍ଜାମ ଜିଲ୍ଲା ପାଟପୁର ଥାନା ରତ୍ନମଣିପୁର - ସିଙ୍ଗିପୁର ଗାଁ ବିବାଦକୁ ନେଇ ଗତକାଲି ଘଟିଥିବା ଗଣ୍ଡଗୋଳ ଘଟଣାରେ ଉଭୟ ଗାଁର ୧୮ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୁଲିସ। ଆଗକୁ ମଧ୍ୟ ଗିରଫଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଅନୁମାନ କରିଛନ୍ତି ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର। ଦୁଇଟି ଯାକ ଗ୍ରାମବାସୀ ଏବଂ ସାନଖେମୁଣ୍ଡି ତହସିଲଦାରଙ୍କ ଏତଲା କ୍ରମେ ୩ଟି କେଶ ରୁଜୁ ହୋଇଥିବାବେଳେ ବିବାଦୀୟ ସ୍ଥଳରେ BNSS ୧୬୩ ଏବେ ବଳବତର ରହିଛି । ଗାଁରେ ୪ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଦୁଇଟି ଯାକ ଗାଁ ଖାଁ ଖାଁ ଗିରଫ ଦାରି ଭୟରେ କୋକୁଆ ଭୟ ଲାଗି ରହିଛିସମାଧାନ ପାଇଁ ଉଭୟ ଗ୍ରାମବାସୀଙ୍କୁ ଡାକି ବିବାଦ ତୁଟାଇବାକୁ ଲାଗିଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ଅଭିନାଶ କୁମାର।

ସାନଖେମୁଣ୍ଡି ତହସିଲର ଡ଼େଙ୍ଗାଉସ୍ତା ଛକ ରତ୍ନମଣିପୁରର ବିବାଦୀୟ ଜାଗାରେ ପୂର୍ବରୁ ପୋଖରୀ ଥିଲା l ପୋଖରୀକୁ ପୋତାଯାଇ ସରକାରୀ ଯୋଜନା କରିବାକୁ ସିଙ୍ଗିପୁର ଲୋକ ଚାହୁଁଥିବାବେଳେ ରତ୍ନମଣିପୁର ଗ୍ରାମବାସୀ ହନୁମାନ ବାଟିକା ନିର୍ମାଣ କରିଥିଲେ l ଏହାକୁ ନେଇ ଉଭୟ ଗାଁ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା l ପ୍ରଶାସନ ଠିକ ପଦକ୍ଷେପ ନେବାରେ ବିଳମ୍ବ ହେବା ଯୋଗୁଁ ଏହି ଅସନ୍ତୋଷ ପୁଞ୍ଜିଭୂତ ବୋଲି କୁହାଯାଉଛି l ଗତକାଲି ପାଟପୁର ଥାନା ରତ୍ନମଣିପୁରରେ ନିର୍ମାଣାଧୀନ ହନୁମାନ ବାଟିକାକୁ ସିଙ୍ଗିପୁର ଲୋକ ଭାଙ୍ଗିବାକୁ ଆସିଥିଲେ l ଏହି ସମୟରେ ଦୁଇ ଗାଁ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା l ଏଥିରେ ଦୁଇ ଗାଁର ପାଖାପାଖି ୨୦ଜଣ ଆହତ ହୋଇଥିଲେ l

ପରିସ୍ଥିତିକୁ ଆୟତ୍ତ କରିବାକୁ ଯାଇ BNSS ୧୬୩ବିବାଦୀୟ ସ୍ଥଳରେ ଲାଗୁ କରାଯାଇଥିଲା l ବ୍ରହ୍ମପୁର ଉପଜିଲ୍ଲାପାଳ, ଗଞ୍ଜାମ ଅତିରିକ୍ତ ଏସପି, ଚାରି ଥାନା ଅଧିକାରୀ, ଚାରି ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ l ଆଜି ପରିସ୍ଥିତି ସ୍ୱାଭାବିକ ହୋଇଛି l ୧୮ଜଣଙ୍କୁ ଗିରଫ ପରେ ଦୁଇ ଗାଁରେ ଚାରି ପ୍ଲାଟୁନ ଫୋର୍ସ ପୋଲିସ ଏବେ ମୁତୟନ ଅଛନ୍ତି ।