ଫିରିଙ୍ଗିଆ, ୧୩/୧୦ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଞ୍ଚାୟତ ଅନ୍ତର୍ଗତ କ୍ରାଣ୍ଡି ବାଲି ଠାରେ ନୂତନ ନିର୍ମିତ ଉମା ମହେଶ୍ୱର ମନ୍ଦିରର ରତ୍ନମୁଦ ଉତ୍ସବ ପାଳିତ ହୋଇଛି l ଗତ ଦୁଇ ବର୍ଷ ତଳେ ତ୍ରିନାଥ ମନ୍ଦିର ମୁଖ୍ୟ ପୂଜକ ମାଟି ଭିତରେ ଫୁଟା ଲିଙ୍ଗ ଥିବା ନେଇଁ ସ୍ୱପ୍ନା ଦେଶ ହୋଇଥିଲା । ପୂଜକ ପ୍ରକୃତ ଘଟଣା ଜାଣିବା ପାଇଁ ଅଞ୍ଚଳର କିଛି ବରିଷ୍ଠ ଲୋକଙ୍କୁ ଘଟଣା ବିଷୟରେ କହିଥିଲେ। ଅଞ୍ଚଳବାସୀ ସ୍ୱପ୍ନାଦେଶ ହୋଇଥିବା କିଛି ସ୍ଥାନରେ ପୂଜାର୍ଚ୍ଚନା କରିଥିଲେ ତ୍ରିନାଥ ମନ୍ଦିର ନିକଟରେ ଏକ ସ୍ଥାନରେ ମାଟି ଫାଟି ରହିଥିଲା । ଖୋଲିବା ପରେ ୩ ଫୁଟ ଭିତରେ ଏକ ଫୁଟା ଶିବ ଲିଙ୍ଗ ବାହାରିଥିଲା । ଯାହାକୁ ନେଇଁ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା l
ସରକାରଙ୍କ ତରଫରୁ ଏବଂ ବିଧାୟକ ଓ ସାଂସଦ ପାଣ୍ଠିରୁ ଅନୁଦାନ ଦିଆଯାଇ ଉମା ମହେଶ୍ୱର ମନ୍ଦିର ନିର୍ମାଣ ସମାପ୍ତି କରାଯାଇ ରତ୍ନ ମୁଦ ଉତ୍ସବ ଅନୁଷ୍ଠିତ ହୋଇଛି l ଶ୍ରଦ୍ଧାଳୁଙ୍କ ଉପସ୍ଥିତରେ କାର୍ତ୍ତିକ ମାସ ପ୍ରଥମ ସୋମବାରରେ ଘୃତ ଯଜ୍ଞ, ଅର୍ଣ୍ଣ ଯଜ୍ଞ, ନାମ ସଂକୀର୍ତନ ସହ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ରତ୍ନ ମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅଙ୍ଗଦ କହଁର, ପୂର୍ବତନ ବିଧାୟକ ଦୁଗୁନି କହଁରଙ୍କ ସହ ବିଷ୍ଣୁ ଚରଣ ମଲିକ, କ୍ରାଣ୍ଡି ବାଲି ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀ କହଁର, ଅଜୟ କୁମାର ସାହୁ, ତ୍ରିନାଥ କହଁରଙ୍କ ସହ ବହୁ ବ୍ୟକ୍ତି ରତ୍ନ ମୁଦ ଉତ୍ସବରେ ସାମିଲ ହୋଇଥିଲେ l ମନ୍ଦିର ପରିଚାଳନା କମିଟିର ସଭାପତି, ସମ୍ପାଦକଙ୍କ ସହ କ୍ରାଣ୍ଡି ବାଲି ଗ୍ରାମବାସୀ ଏବଂ ଅଞ୍ଚଳବାସୀ ସହଯୋଗ କରିଥିଲେ l