ପ୍ରମୂଖ ଖବର
  • ମାଲେଗାଓଁ ବିସ୍ଫୋରଣ ମାମଲା : ସାଧ୍ଵୀ ପ୍ରଜ୍ଞାଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ, ଏନଆଇଏ କୋର୍ଟଙ୍କ ନିଷ୍ପତ୍ତି
  • ||
  • ହାତୀ ଆକ୍ରମଣରେ ୩ ମୃତ୍ୟୁ ଘଟଣା : ମୃତକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ନିଲମ୍ବିତ
  • ||
  • ଆମେରିକାରେ ଏଫ୍-୩୫ ଯୁଦ୍ଧ ବିମାନ କ୍ରାସ୍, ପାରାସୁଟରେ ବାହାରି ଅଳ୍ପକେ ଜୀବନ ବଞ୍ଚାଇଲେ ଫାଇଲଟ୍
  • ||
  • ଢେଙ୍କାନାଳରେ ହାତୀ ଆତଙ୍କ; ଦେଢଶୂର ଓ ଭାଇବୋହୂ ସମେତ ୩ଙ୍କୁ ଦଳିଦେଲା ଦନ୍ତା
  • ||
  • ଆଜି ବସିବ କେନ୍ଦ୍ର କ୍ୟାବିନେଟ୍ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଉଚ୍ଚ ଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ, ଏଣିକି ସି ବକ୍ସ ପୋର୍ଟାଲରେ ଅପଲୋଡ୍‌ ହେବ ଯୌନ ନିର୍ଯାତନା ଅଭିଯୋଗ
  • ||
  • ଗୁରୁବାରଠୁ ଇଣ୍ଡିଆ- ଇଂଲଣ୍ଡ ପଞ୍ଚମ ଟେଷ୍ଟ, ସିରିଜ ବରାବର ପାଇଁ ଶେଷ ସୁଯୋଗ, ଅର୍ଶଦୀପ କରିପାରନ୍ତି ପଦାର୍ପଣ, ଫେରିବେ ଆକାଶଦୀପ
  • ||
  • ରାଜ୍ୟରେ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଲେଖନପୁର ଗାଁର ୨ ଘରୁ ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

Published By : Harapriya Sethi | June 8, 2025 1:44 PM

ଲେଖନପୁର, ୦୮/୦୬: ଶନିବାର ବିଳମ୍ୱିତ ରାତିରେ ୨ ଟି ଘରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ସମେତ ନଗଦ ଟଙ୍କା ଲୁଟ୍ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଭୁବନେଶ୍ୱର ଉପକଣ୍ଠ ଲେଖନପୁର ଗାଁର ଗୋବର୍ଦ୍ଧନ ପଟ୍ଟନାୟକ ଏବଂ ଭୋବନି ଦାସଙ୍କ ଘରୁ ଏହି ଲୁଟ୍ ହୋଇଛି । 

ସୂଚନା ମୁତାବକ, ଲେଖନପୁର ଗାଁର ଗୋବର୍ଦ୍ଧନ ପଟ୍ଟନାୟକଙ୍କ ପରିବାର ଖାଇପିଇ ଶୋଇଥିଲେ । ରାତି ପ୍ରାୟ ୩ଟାରେ ଦୁର୍ବୃତ୍ତମାନେ ଝରକା କାଟି ଘରେ ପଶିଥିଲେ । ଘରେ ପଶି ଆଲମିରା ଭାଙ୍ଗି ହାର, ଚେନ୍‌ , କାନଫୁଲ, ଝରା, ମୁଦି, ପାଉଁଜି ସହ ନଗଦ ୧୨ହଜାର ଟଙ୍କା ଲୁଟି ନେଇଥିଲେ । ସକାଳ ହେବା ପରେ ଘରୁ ଲୁଟ୍‌ ହୋଇଥିବା ବିଷୟରେ ପରିବାର ଲୋକେ ଜାଣିଥିଲେ । ଏନେଇ ବାଘମାରୀ ଥାନାରେ ଗୋବର୍ଦ୍ଧନ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ପରେ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଜାରି ରଖିଛି ।

ସେହିପରି ଉକ୍ତ ଗାଁରେ ରହୁ ନଥିବା ଭୋବନି ଦାସଙ୍କ ଘର କବାଟ ଭାଙ୍ଗି ଦୁର୍ବୃତ୍ତମାନେ ଲୁଟ୍‌ କରିଛନ୍ତି । ଦୁର୍ବୃତ୍ତମାନଙ୍କୁ ପଡୋଶୀ ଦେଖି ଭୋବନିକୁ ଜଣାଇଛନ୍ତି । ଭୋବନି ଗାଁରେ ପହଞ୍ଚି ନଥିବା ବେଳେ କଣ କଣ ଲୁଟ୍‌ ହୋଇଛି, ତାହାର ସୂଚନା ମିଳିପାରି ନାହିଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.