ନୂଆଦିଲ୍ଲୀ,୧୭।୧୨: ୟୁକ୍ରେନ୍ ସହ ଯୁଦ୍ଧ ମଧ୍ୟରେ ଋଷ ରାଷ୍ଟ୍ରପତ ଭ୍ଲାଦିମିର ପୁଟିନଙ୍କୁ ବଡ଼ ଝଟକା। ରାଜଧାନୀ ମସ୍କୋରେ ମଙ୍ଗଳବାର ଘଟିଛି ବଡ଼ ଧରଣର ଏକ ବିସ୍ଫୋରଣ। ଏଥିରେ ଦେଶର ପରମାଣୁ, ଜୈବିକ ଓ ରସାୟନିକ ସୁରକ୍ଷା ବଳ ପ୍ରମୁଖ ଜେନେରାଲ ଇଗୋର କିରିଲଭଙ୍କ ହୋଇଛି ମୃତ୍ୟୁ । କିରିଲଭଙ୍କ ସମେତ ତାଙ୍କର ଜଣେ ସହଯୋଗୀ ବି ଏଥିରେ ପ୍ରାଣ ହରାଇଛନ୍ତି। ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ କରାଯାଇଥିବା ଅଭିଯୋଗ ହୋଇଛି।
କ୍ରେମଲିନ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ବାହାରେ ଆଜି ସକାଳେ ଏକ ଇଲେକ୍ଟ୍ରି ସ୍କୁଟର ବ୍ଲାଷ୍ଟ ହୋଇଥିଲା। ଏହି ବିସ୍ଫୋରଣରେ କିରିଲଭଙ୍କ ସମେତ ତାଙ୍କର ଜଣେ ସହଯୋଗୀଙ୍କ ମୃତ୍ୟୁ ଘଟିଛି।। ଖବର ପାଇ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ସ୍କୁଟରରେ ବୋମା ଲୁଚାଇ ରଖାଯାଇଥିବା ବେଳେ ତାହା ବିସ୍ଫୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାସ୍ଥଳରୁ ଉଭୟଙ୍କ ରକ୍ତାକ୍ତ ମୃତଦେହ ମିଳିଛି। କିରିଲଭ ରାଷ୍ଟ୍ରପତି ପୁଟିନ୍ଙ୍କ ବେଶ୍ ବିଶ୍ୱସ୍ତ। ତାଙ୍କର ଏପରି ମୃତ୍ୟୁ ପୁଟିନଙ୍କୁ ଧକ୍କା ଦେଇଛି। ୟୁକ୍ରେନରେ ନିଷିଦ୍ଧ ରାସାୟନିକ ଅସ୍ତ୍ର ବ୍ୟବହାର ଅଭିଯୋଗର ଶୁଣାଣି ଚାଲିଥିବା ବେଳେ କିରିଲଭ ଅନୁପସ୍ଥିତ ରହିଥିଲେ। ଏହାର ଦିନକ ପରେ ଏହି ଘଟଣା ଘଟିଛି। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।