ନୂଆଦିଲ୍ଲୀ,୦୮/୧୦: ରୁଷ ସେନାର ବାହୁବଳୀ ଏୟାର ଡିଫେନ୍ସ । ଆକାଶରେ ଶତ୍ରୁକୁ ଦେବ ଆଘାତ । ଆମେରିକାକୁ ଦେଖାଇବ ନାଲିଆଖି । ଏଫ୍-35କୁ ଚେକ୍ ଦେବାକୁ ପ୍ରସ୍ତୁତ Su-75ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ଉପଲବ୍ଧି ହାସଲ କରିଛି ରୁଷ । ପ୍ରଥମ ଥର ପାଇଁ ବିଶ୍ବ ସାମ୍ନାରେ ରଖିଛି ସବୁଠୁ ଅତ୍ୟାଧୁନିକ ପଞ୍ଚମ ପିଢିର ଫାଇଟର ଜେଟ୍ Su-75 ଚେକମେଟ୍ । ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଶତ୍ରୁ ଦେଶ ଗୁଡ଼ିକର ହୋସ୍ ଉଡ଼ିଯାଇଛି । ଅମେରିକା ସହିତ ଅନେକ ନାଟୋ ଦେଶର ଟେନସନ୍ ବଢ଼ିଯାଇଛି । ଋଷ୍ ଏହାକୁ ତୃତୀୟ ବିଶ୍ବ ଯୁଦ୍ଧ ପାଇଁ ସାଇତି ରଖିଥିବା କୁହାଯାଉଛି । ଏହି ଯୁଦ୍ଧ ବିମାନରେ ଚୁଟକିରେ ଆକାଶରେ ଶତ୍ରୁକୁ ଚେକ୍ ଦେବ । ଏୟାରୁ ଟୁ ଏୟାର ମାରିବାରେ ମାହିର Su-75 ଚେକମେଟ୍ । ଆଖି ପିଚ୍ଛୁଳାକେ ଟାର୍ଗେଟକୁ ଲକ୍ କରି ତୁରନ୍ତ ହିଟ୍ କରିବ । Su-75 ଷ୍ଟିଲ୍‌ଥ ଘାତକ ଯୁଦ୍ଧ ବିମାନର ଫଟୋ, ନିର୍ମାତା କମ୍ପାନି UAC ନିଜ ଅଫିସିଆଲ୍ ଟେଲିଗ୍ରାମରେ ଚ୍ୟାନେଲରେ ପୋଷ୍ଟ କରି ସମସ୍ତ ଚମକାଇ ଦେଇଛି ।  

ପଞ୍ଚମ ପିଢିର ଅତ୍ୟାଧୁନିକ ଯୁଦ୍ଧ ବିମାନକୁ ସ୍ବତନ୍ତ୍ର ଭାବରେ ନିର୍ମାଣ କରାଯାଇଛି । ଏଥିରେ V-tail ଡିଜାଇନ ୟୁନିକ୍ ଫିଚର୍ସ ରହିଛି । ପାରମ୍ପରିକ ଭର୍ଟିକାଲ୍ ଫିନ୍ସ ଏବଂ ହରିଜୋଣ୍ଟାଲ ଷ୍ଟେବିଲାଇଜର୍ସ ବଦଳରେ ଦ୍ବି-କୋଣୀୟ ସେପ୍ ଦିଆଯାଇଛି । ଯାହା ଏକ ‘V’ ସଦୃଶ ଦେଖାଯାଉଛି । ଏହି ଅତ୍ୟାଧୁନିକ ଯୁଦ୍ଧ ବିମାନରେ ଟେଲ୍ ଷ୍ଟ୍ରକ୍ଚର ରାଡାର ଏବଂ ଏଲିଭେଟର ଉଭୟ ଏକ ସଙ୍ଗରେ କାମ କରିଥାଏ । ଯାହାଦ୍ବାରା ବିମାନ ଆକାଶମାର୍ଗରେ ଗୋଟିଏ ସ୍ଥାନରେ ସ୍ଥିର ରହି ଶତ୍ରୁ ଦେଶର ରାଡାରକୁ ଚେକ୍ ଦେଇପାରିବ  । ତେଣୁ ଏହାକୁ ଇଣ୍ଟରସେଫ୍ଟ କରିବା ମୁସ୍କିଲ୍ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

Su-75 ଷ୍ଟିଲ୍‌ଥ ଯୁଦ୍ଧ ବିମାନରେ ରୁଷିଆର Su-57ରେ ବ୍ୟବହୃତ ଚେକର୍ଡ ପେଣ୍ଟ କରାଯାଇଛି । ଅର୍ଥାତ୍ ପ୍ରଥମ ନଜରରେ ଦୁଇଟି ବିମାନ ମଧ୍ୟମରେ ପାର୍ଥକ୍ୟ କହିବା କଷ୍ଟକର । ବର୍ତ୍ତମାନ Su-75 କେବଳ ମଡେଲ କିମ୍ବା ମକ-ଅପ୍ ରୂପରେ ଦେଖାଯାଇଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଫଟୋ ବିମାନର ପ୍ରକୃତ ପ୍ରୋଟୋଟାଇପ୍‌ର ଝଲକ ବୋଲି ବିଶ୍ୱାସ କରାଯାଉଛି । ଏହି ପଞ୍ଚମ ପିଢିର ଘାତକ ଯୁଦ୍ଧ ବିମାନ ଆମେରିକୀୟ F-35 ପରି ଆଧୁନିକ ଯୁଦ୍ଧବିମାନକୁ ଆକାଶରେ ଚ୍ୟାଲେଞ୍ଜ ଦେଇପାରିବ  । Su-75 ଯୁଦ୍ଧ ବିମାନର ମୂଲ୍ୟ ୨୫ରୁ ୩୦ ନିୟୁତ ଡଲାର ମିଳିବ ଅନୁମାନ କରାଯାଇଛି । ଯେଉଁ ଦେଶମାନେ ଆମେରିକା କିମ୍ବା ୟୁରୋପୀୟ ଦେଶମାନଙ୍କ ଠାରୁ ଅଧିକ ମୂଲ୍ୟରେ ଫାଇଟର ଜେଟ୍ କିଣି ପାରିବେ ନାହିଁ, ସେମାନଙ୍କୁ ଶସ୍ତାରେ ବିକ୍ରି କରିବାକୁ ରୁଷ ଲକ୍ଷ୍ୟ ରଖିଛି ।

ଆକାଶରେ କେବେ ଦେଖାଇବ Su-75 ଜଲାଓ୍ବା ? କେବେ ଏହାର ଉଡ଼ାଣ ପରୀକ୍ଷଣ କରିବ ରୁଷ୍ ? ଏଭଳି କିଛି ପ୍ରଶ୍ନ ମନକୁ ଆସୁଥିଲେ ମଧ୍ୟ ଏହାକୁ ନିର୍ମାଣ କମ୍ପାନି ପକ୍ଷରୁ କୌଣସି ସ୍ପଷ୍ଟ ପ୍ରକାଶ କରାଯାଇନାହିଁ ।  ଯୁଦ୍ଧବିମାନର କ୍ଷମତା, ଅସ୍ତ୍ରଶସ୍ତ୍ର ଧାରଣ କ୍ଷମତା ଏବଂ କ୍ଷେପଣାସ୍ତ୍ର ଲେସ୍ କ୍ଷମତା ମଧ୍ୟ ଗୁପ୍ତ ରଖାଯାଇଛି । ବିଶେଷଜ୍ଞମତରେ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଆମେରିକା ସହିତ ପ୍ରତିଯୋଗିତା କରିବାର କ୍ଷମତା Su-75 ପଞ୍ଚମ ପିଢିର ଘାତକ ଯୁଦ୍ଧ ବିମାନରେ ରହିଛି ।