ଛତ୍ରପୁର,୮।୧୦ : ଦଣ୍ଡନାଚ ଓଡିଶାର ଗଞ୍ଜାମ ଜିଲାର ଏକ ପ୍ରାଚୀନ ଓ ପାରମ୍ପାରିକ ନାଚ । ଏହା ଗଞ୍ଜାମ ଜିଲାର ଏକ ଲୋକ ପର୍ବ ଅଟେ । କିନ୍ତୁ ଏବେ ସାମାଜିକ ନାଟକ ଓ ମେଲୋଡି ଡ୍ୟାନ୍ସ ଆଦି ପାଇଁ ଅଶ୍ଲୀଳତା ବୃଦ୍ଧି ହେତୁ ଏହାର ପରମ୍ପରା ଓ ଐତିହ୍ୟ ଦିନକୁ ଦିନ ନଷ୍ଟ ହେବାକୁ ଗଲାଣି । କିଛି ସ୍ଥାନରେ ଦଣ୍ଡନାଚକୁ ବ୍ୟବସାୟୀକ ଭାବେ ନେଇସାରିଲାଣି । ଦଣ୍ଡନାଚ ପରମ୍ପରା, ସଂସ୍କୃତି, ପୂର୍ବ ଗୌରବ ଫେରାଇ ଆଣିବା ସହ ଏହାର ପରମ୍ପରା ଯେପରି ନଷ୍ଟ ହେବନି ଏବଂ ଅଶ୍ଲୀଳତା ହେବ ନାହିଁ ସେନେଇ ଜିଲାପାଳଙ୍କ ସମ୍ମୀଳନୀ କକ୍ଷରେ ଦଣ୍ଡନାଚ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲାପାଳ ଭି.କିର୍ତି.ଭାସନ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଜିଲାର ସମସ୍ତ ବ୍ଲକରୁ ଦଣ୍ଡନାଚ ଅଭଜ୍ଞ ବ୍ୟକ୍ତି ମାନେ ଉପସ୍ଥିତ ରହି ନିଜ ନିଜ ମତ ଦେଇଥିଲେ । ଦିନକୁ ଦିନ ଦଣ୍ଡନାଚରେ ଅଶ୍ଲୀଳତା ବୃଦ୍ଧି ପାଉଛି ଯାହାଫଳରେ ସୋସିଆଲ ମିଡିଆରେ ଏହା ଘୁରି ବୁଲୁଛି । ସାମାଜିକ ନାଟକ ପରିବେଷଣ କରି ସେଥିରେ ଅଶ୍ଲୀଳତା ଡ୍ୟାନ୍ସ କରୁଥିବା ବେଳେ କିଏ ଧୁଳିଦଣ୍ଡରେ କିହ୍ନରମାନଙ୍କୁ ଆଣି ଅସାମାଜିକ ଭାଷା ପ୍ରୟୋଗ କରୁଛନ୍ତି ଯାହାଫଳରେ ଦଣ୍ଡନାଚ ମହୁତ୍ୱ ଓ ପରମ୍ପରା ଦିନକୁ ଦିନ ନଷ୍ଟ ହେଉଛି ।
ଆଗାମୀ ଦିନରେ ଦଣ୍ଡନାଚକୁ ନେଇ ଏକ ଏସଓପି ଜାରି କରାଯିବା ନେଇ ସ୍ଥିର ହୋଇଥିଲା । ଖୁବ ଶ୍ରୀଘ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରରେ ଏକ ଡ୍ରାଫଟ ଏସଓପି କରାଯିବା ନେଇ ଏକ କମିଟି ଗଠନ କରାଯିବ । ଏହି କମିଟି ଏକ ଡ୍ରାଫଟ ଏସଓପି କରିବେ । ଏହି ଡ୍ରାଫଟ ଏସଓପି ଦୁଇ ସପ୍ତାହ ମଧ୍ୟରେ ଜିଲାପ୍ରଶାସନକୁ ହସ୍ତାନର କରିବେ । ଶେଷରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇ ଦଣ୍ଡନାଚକୁ ନେଇ ଏକ ଏସଓପି ଜାରି କରାଯିବ । ଏହି ଏସଓପିର ସମସ୍ତ ନିୟମ ସମସ୍ତେ ମାନିବେ । ଏସଓପିରେ ଯେଉଁ ସବୁ ଗାଇଡ ଲାଇନ ଆସିବ ଯେଉଁମାନେ ଦଣ୍ଡନାଚ ପରିବେଷଣ କରୁଛନ୍ତି ସେମାନେ ଅନୁମତି ନେବା ବେଳେ ଏହି ସବୁ ନିୟମ ମାନିଲେ ସେମାନଙ୍କୁ ଅନୁମତି ମିଳିବ ନଚେତ ମିଳିବ ନାହିଁ । ଅନୁମତି ନେବାବେଳେ ସେମାନେ ଏକ ଲିଖିତଭାବେ ଜଣାଇବେ ଓ ପ୍ରଶାସନର ସମସ୍ତ ନିୟମ ମାନିବୁ । ଗଞ୍ଜାମ ଜିଲା ହେଉଛି କଳା ଓ ସଂସ୍କୃତିର ଜିଲା, ଏହାର ପୂର୍ବ ଗୌରବ ଫେରାଇ ଆଣିବାକୁ ପଡିବ ।
ଏହି ବୈଠକରେ ଅତିରିକ୍ତ ଜିଲାପାଳ ସୁନିଲ କୁମାର କେର୍କେଟା, ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ ଜିଲା ସଂସ୍ୃତି ଅଧିକାରୀ ଅଦିତି ଆଚାର୍ଯ୍ୟ, ଗଞ୍ଜାମ ଜିଲା କଳା ଓ ସଂସ୍କୃତି ସଂଘର ଉପସଭାପତି ସନ୍ତୋଷ ପାଢୀ, ଗଞ୍ଜାମ ଜିଲାର ଦଣ୍ଡନାଚ ମହସଂଘର ସଭାପତି ଶିବରାମ ପ୍ରଧାନ,ଜଗଦୀଶ ପାଣିଗ୍ରାହୀ, ଶିବରାମ ପ୍ରଧାନ, କୃଷଚନ୍ଦ୍ର ବେହେରା, ପୂର୍ବତନ ଜିଲା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସମେତ ଜିଲାର ଦଣ୍ଡନାଚ ମହସଂଘର ସଦସ୍ୟ ଓ ଦଣ୍ଡନାଚର ଅଭଜ୍ଞ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।