ସାହାଜପାଲ, ୪।୧୦ : ବୌଦ୍ଧ ସୋନପୁର ୫୭ ନଂ ଜାତୀୟ ରାଜପଥର ସାହାଜପାଲ ଚାରିଛକ ପାଲଟିଛି ମରଣଯନ୍ତା। ଏହି ଛକରେ ପିଚୁ ଗୁଡିକ ଉଠିଯାଇ ଏକ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଫଳରେ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ଘଟୁଛି।
ସାହାଜପାଲ ଚାରିଛକ ଠାରୁ ବୌଦ୍ଧ, ସାହାଜପାଲ ଠାରୁ ସୋନପୁର, ସାହାଜପାଲ ଠାରୁ କଙ୍କଲା,କମ୍ପରା ଡମ୍ବରୁଗଡ, ସାହାଜପାଲ ଠାରୁ ମୁଣ୍ଡିପଦର ସଂଯୋଗ ହୋଇଛି। ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବାରୁ ଜନସାଧାରଣ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣାରେ ଶିକାର ହେଉଛନ୍ତି। ଏ ଦିଗରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ପରିବହନ ବିଭାଗ, ରାଜ୍ୟ ପରିବହନ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।