କେନ୍ଦୁଝର ୨୧/୧୦: କେନ୍ଦୁଝର ଟାଉନ ଥାନା ଅଞ୍ଚଳରୁ ଏକ ସେକ୍ସ ରାକେଟ ଠାବ । ଦେହ ବ୍ୟବସାୟରେ ନିୟୋଜିତ ୫ ଜଣ ଯୁବତୀ ଉଦ୍ଧାର, ରାଣୀ ମହୁମାଛି ରାନୀ ଓ ରଫ ବନରାଣୀ ବାରିକ ସହିତ ୨ ଜଣ ଗ୍ରାହାକ ଓ ୩ ଜଣ ଦଲାଲ ଗିରଫ ।୨ ଜଣ ଗ୍ରାହାକଙ୍କ ମଧ୍ୟରୁ ଜଣେ ନରଣପୁର ଓ ଅନ୍ୟ ଜଣେ ତୁରୁମୁଙ୍ଗା ଅଞ୍ଚଳର ହୋଇଥିବା ବେଳେ ୨ ଜଣ ଦଲାଲ ଯୋଡ଼ା ଓ ଅନ୍ୟଜଣେ କାଶିପୁର ଅଞ୍ଚଳର ବୋଲି ଜଣାପଡିଛି। ଚଢାଉ ସମୟରେ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି ।
ସୂଚନା ଅନୁଯାୟୀ, କେନ୍ଦୁଝର ଟାଉନ ଥାନା ଗୋବିନ୍ଦପୁର ଅଞ୍ଚଳରେ ବନରାଣୀ ୩ ମହିଳା କୋଠା କରି ମୟୂରଭଞ୍ଜ, ବାଲେଶ୍ଵର, ଜଗତସିଂହପୁର ଏବଂ ଝାଡଖଣ୍ଡରୁ ଯୁବତୀମାନଙ୍କୁ ଆଣି ରାକେଟ ଚଳାଇଥିଲେ। ଚଢ଼ାଉ ବେଳେ ୫ ଜଣ ଗିରଫ କରିଛି ପୁଲିସ। ଗିରଫ ଯୁବକଙ୍କ ମଧ୍ୟରୁ ୨ ଜଣ ଗ୍ରାହକ ନରଣପୁର ଅଞ୍ଚଳର ଅଭିଷେକ ବେହେରା (୨୧) ତୁରୁମୁଙ୍ଗା ଥାନା ଅଞ୍ଚଳର ପଙ୍କଜ କୁମାର ନାୟକ(୩୨) ରହିଛନ୍ତି। ସେକ୍ସ ରାକେଟ ପରିଚାଳନାରେ ବନରାଣୀଙ୍କୁ ଯୁବତୀ ଯୋଗାଉଥିବା ତୁରୁମୁଙ୍ଗା ଅଞ୍ଚଳର ନାରାୟଣ ମହାପାତ୍ର, ଯୋଡ଼ା ଅଞ୍ଚଳର ଫିରୋଜ ମହମ୍ମଦ ଏବଂ ମନୋଜ ବାରିକକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମୁଖ୍ୟ ଅପରାଧି ରାଣୀ କିଛି ଦିନ ପୂର୍ବରୁ ଏହିଭଳି ଅପରାଧ କରି ଧରାପଡି ଜେଲ ଯାଇଥିଲା। ଜେଲରୁ ଫେରିପୁଣି ରାକେଟ୍ ଚଳାଉଥିଲା ବୋଲି ପୁଲିସ ବୟାନ ଦେଇଛି।