ହରଭଙ୍ଗା, ୧୮।୯ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଙ୍ଗାଣିବିଡ଼ା ଗ୍ରାମର ଅରକ୍ଷିତ ପ୍ରଧାନ ପୋଖରୀକୁ ଗାଧେଇବାକୁ ଯାଇଥିବାବେଳେ ପାଣିରେ ବୁଡି ମୃତ୍ୟୁ ଘଟିଥିଲା । ତାଙ୍କର ମୃତ୍ୟୁ ପରେ ଅରକ୍ଷିତ ପ୍ରଧାନ ଙ୍କ ୧୧ ପ୍ରାଣୀ କୁଟୁମ୍ବ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ସ୍ବର୍ଗତ ଅରକ୍ଷିତ ପ୍ରଧାନ ଙ୍କ ୩ ଟି ଝିଅ ଏବଂ ୭ ଟି ପୁତ୍ର ସନ୍ତାନ ରହିଛନ୍ତି । ସମସ୍ତ ପୁତ୍ର ସନ୍ତାନଙ୍କ ବୟସ ମାତ୍ର ୮ ବର୍ଷ ମଧ୍ୟରେ ରହିଛି।
ଅନ୍ୟପଟେ ଝିଅ ୩ ଟି ମଧ୍ୟରୁ ଦୁଇଟି ଝିଅ ଦଶମ ପରେ ଅର୍ଥ ଅଭାବରୁ ଉଚ୍ଚ ଶିକ୍ଷା ରୁ ବଞ୍ଚିତ । ନିଜ ପିତାଙ୍କର ଶୁଦ୍ଧି କ୍ରିୟା କାମ କିପରି ତୁଲାଇବେ ତାକୁ ନେଇ ପରିବାର ଲୋକେ ଚିନ୍ତାରେ ରହିଥିଲେ। ଅରକ୍ଷିତଙ୍କ ମୃତ୍ୟୁ ପରେ ପରିବାର ଲୋକେ ସମ୍ପୂର୍ଣ୍ଣ ଭାବେ ଅସହାୟ ହୋଇ ପଡ଼ିଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା।
ଏହା ଜାଣିବା ପରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ସାଗର ଫାଉଣ୍ଡେସନ ପକ୍ଷରୁ ଫାଉଣ୍ଡେସନ ର ମୁଖ୍ୟ ସାଗର ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଉମା ଶଙ୍କର ପଟନାୟକ ଅସହାୟ ପରିବାର ଙ୍କ ପାଖରେ ପହଞ୍ଚି ୭ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ସହିତ ଶୁଖିଲା ଖାଦ୍ୟ ପ୍ରଦାନ କରିଥିଲେ । ଏହି ଦୁଃଖଦ ସମୟରେ ଏହି ପରିବାର ପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି କମଳପୁର ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ତଥା ସମାଜସେବୀ ଉମା ଶଙ୍କର ପଟନାୟକ ।