ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ପୁଟିନ୍‌ ଏବଂ ଉତ୍ତର କୋରିଆ ନେତା କିମ୍‌ ଜଙ୍ଗ ଉନଙ୍କ ସାକ୍ଷାତ ପରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ।  ଏହି ସାକ୍ଷାତ ପରେ କିମଙ୍କ କର୍ମଚାରୀମାନେ ତାଙ୍କ ଉପସ୍ଥିତିର ସମସ୍ତ ଚିହ୍ନ ଲିଭାଇ ଦେଉଥିବାର ଦେଖାଯାଇଛି । କିମ୍ ଯେଉଁ ଚେୟାରରେ ବସିଥିଲେ ତାହାର ଆର୍ମରେଷ୍ଟ ଏବଂ ଟେବୁଲକୁ ମଧ୍ୟ ସାବଧାନତାର ସହ ପୋଛି ଦିଆଯାଇଛି । ତାଙ୍କ ବ୍ୟବହୃତ ଗ୍ଲାସ୍‌କୁ ଏକ ସ୍ୱତନ୍ତ୍ର ଟ୍ରେରେ ନିଆଯାଇଛି

ରୁଷୀୟ ସାମ୍ବାଦିକ ଆଲେକଜାଣ୍ଡାର ୟୁନାଶେଭ ତାଙ୍କ ଚ୍ୟାନେଲ ୟୁନାଶେଭ ଲାଇଭରେ ଲେଖିଛନ୍ତି ଯେ, ଆଲୋଚନା ଶେଷ ହେବା ପରେ କିମଙ୍କ ସହିତ ଥିବା କର୍ମଚାରୀମାନେ ତାଙ୍କ ଉପସ୍ଥିତିର ସମସ୍ତ ଚିହ୍ନକୁ ସତର୍କତାର ସହିତ ହଟାଇ ଦେଇଛନ୍ତି । କିମ ଯେଉଁ ଚେୟାର ଏବଂ ଫର୍ଣ୍ଣିଚରକୁ ଛୁଇଁଥିଲେ ତାହାକୁ ମଧ୍ୟ ସଫା କରାଯାଇଛି । ଏହି ଫୋରେନସିକ୍ ପରି ସଫା କରିବା ପଛର କାରଣ ସ୍ପଷ୍ଟ ହୋଇନାହିଁ

 ଅନୁମାନ କରାଯାଉଛି ଯେ, ରୁଷିଆ ଗୁଇନ୍ଦା ସଂସ୍ଥା କିମ୍ବା ଚୀନ୍ ନଜରରୁ ରକ୍ଷା କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି । କିମ୍ ଏକମାତ୍ର ନେତା ନୁହଁନ୍ତି ଯିଏ ତାଙ୍କ ଜୈବିକ ଚିହ୍ନ ବିଷୟରେ ଏତେ ସତର୍କ । ଚୀନ୍‌ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ଉତ୍ତର କୋରିଆ ନେତା କିମ୍ ଜଙ୍ଗ ଉନ୍‌ଙ୍କ ମଧ୍ୟରେ ହୋଇଥିବା ସାକ୍ଷାତର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।

ଏହି ଭିଡିଓରେ କିମ୍ ଜଙ୍ଗ ଉନ୍‌ଙ୍କ କର୍ମଚାରୀମାନେ ତାଙ୍କ ଉପସ୍ଥିତିର ସମସ୍ତ ଚିହ୍ନ ଲିଭାଇ ଦେଉଥିବାର ଦେଖାଯାଇଛି। କିମ୍ ଯେଉଁ ଚେୟାରରେ ବସିଥିଲେ ତାହାର ଆର୍ମରେଷ୍ଟ, ଏବଂ ଟେବୁଲକୁ ମଧ୍ୟ ସାବଧାନତାର ସହ ପୋଛି ଦିଆଯାଇଛି । ତାଙ୍କ ବ୍ୟବହୃତ ଗ୍ଲାସ୍‌କୁ ଏକ ସ୍ୱତନ୍ତ୍ର ଟ୍ରେରେ ନିଆଯାଇଛି