ଢାକା, ୨୯/୦୯: ଆସନ୍ତା ଆଫଗାନିସ୍ତାନ ବିପକ୍ଷ ୩ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ପାଇଁ ବାଂଲାଦେଶ ଦଳ ଘୋଷଣା ହୋଇଛି । ଆହତ ଥିବା ନିୟମିତ ଅଧିନାୟକ ଲିଟନ ଦାସ ଦଳରୁ ବାଦ୍ ପଡ଼ିଛନ୍ତି । ଫଳରେ ଜାକର ଅଲିଙ୍କୁ ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇଛି ।
ଏସିଆ କପ୍ ଟି-ଟ୍ୱେଣ୍ଟିରେ ଲିଟନ ଆହତ ହୋଇଥିଲେ । ସେ ଦଳର ଶେଷ ୨ଟି ମ୍ୟାଚ୍ରୁ (ଭାରତ, ପାକିସ୍ତାନ ବିପକ୍ଷ) ବାଦ୍ ପଡ଼ିଥିଲେ । ଅନ୍ୟ ପଟରେ ଭେଟେରାନ ଅଲରାଉଣ୍ଡର ସୌମ୍ୟ ସରକାର ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏସିଆ କପ୍ ଦଳର ସଦସ୍ୟ ଥିବା ଅନ୍ୟ ସମସ୍ତ ଖେଳାଳି ସ୍ଥାନ ବଜାୟ ରଖିଛନ୍ତି । ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ୟୁଏଇ ଠାରେ ଏହି ସିରିଜ ଖେଳାଯିବ । ଆସନ୍ତା ଅକ୍ଟୋବର ୨, ୩ ଓ ୫ ତାରିଖରେ ୩ଟି ଟି-ଟ୍ୱେଣ୍ଟି ଅନୁଷ୍ଠିତ ହେବ । ଏହାପରେ ଉଭୟ ଦଳ ମଧ୍ୟରେ ୩ଟି ଦିନିକିଆ (ଅକ୍ଟୋବର ୮, ୧୧, ୧୪ତାରିଖ) ଖେଳାଯିବ ।
ବାଂଲାଦେଶ ଦଳ: ଜାକର ଅଲି (ଅଧିନାୟକ), ତନ୍ଜିଦ ହାସାନ, ପରଭେଜ ହୋସେନ ଇମୋନ, ସୈଫ୍ ହାସାନ, ତୋହିଦ ହୃଦୟ, ସମିମ ହୋସେନ, ନୁରୁଲ ହାସାନ, ରିଶଦ ହୋସେନ, ମେହଦି ହାସାନ, ନାସୁମ ଅହମ୍ମଦ, ଟସ୍କିନ ଅହମ୍ମଦ, ତନ୍ଜିମ ହାସାନ ସାକିବ, ମୁସ୍ତାଫିଜୁର ରେହମାନ, ସରିଫୁଲ ଇସଲାମ, ମହମ୍ମଦ ସୈଫୁଦ୍ଦିନ, ସୌମ୍ୟ ସରକାର ।