ନୂଆଦିଲ୍ଲୀ: ଶ୍ରୀଲଙ୍କାର ସଦ୍ୟତମ ଜନସଂଖ୍ୟା ରିପୋର୍ଟ ଦେଶର ସାମାଜିକ ଏବଂ ଜନସଂଖ୍ୟାଗତ ସ୍ଥିତିର ଏକ ନୂତନ ଚିତ୍ର ଉପସ୍ଥାପନ କରିଛି। ୨୦୨୪ରେ ହୋଇଥିବା ଜନଗଣନା ଅନୁଯାୟୀ, ଦେଶର ମୋଟ ଜନସଂଖ୍ୟା ୨୧. ନିୟୁତ ରହିଥିବା ଜଣାପଡିଛି। ଯେଉଁଥିରେ ମହିଳାଙ୍କ ସଂଖ୍ୟା ୫୧. ପ୍ରତିଶତ ରହିଥିବା ବେଳେ ପୁରୁଷଙ୍କ ସଂଖ୍ୟା ୪୮. ପ୍ରତିଶତ ରହିଛି। ଏହି ସଂଖ୍ୟା ସୂଚାଇ ଦେଉଛି ଯେ ମହିଳାମାନେ ଏବେ ଦେଶର ଜନସଂଖ୍ୟାର ଅଧାରୁ ଅଧିକ। ବିଶେଷଜ୍ଞମାନେ ଏହାକୁ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ମହିଳା ସଶକ୍ତିକରଣରେ ଉନ୍ନତିର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକାଙ୍କ ଭାବରେ ଦେଖୁଛନ୍ତି।

ମିଳିଥିବା ରିପୋର୍ଟ ମୁତାବକ, ସହରାଞ୍ଚଳରେ ମହିଳା କର୍ମଚାରୀଙ୍କ ସଂଖ୍ୟା ୫୧.୯ ପ୍ରତିଶତ ରହିଥିବା ବେଳେ, ଗ୍ରାମାଞ୍ଚଳ ଏବଂ ଇଷ୍ଟେଟ୍ (ଚା ବଗିଚା) କ୍ଷେତ୍ରରେ ଯଥାକ୍ରମେ ୫୧.୭ ଏବଂ ୫୧.୪ ପ୍ରତିଶତ ରେକର୍ଡ କରାଯାଇଛି। ସହରାଞ୍ଚଳରେ ପୁରୁଷଙ୍କ ସଂଖ୍ୟା ୪୮.୧ ପ୍ରତିଶତ, ଗ୍ରାମାଞ୍ଚଳରେ ୪୮.୩ ପ୍ରତିଶତ ଏବଂ ଇଷ୍ଟେଟ୍ କ୍ଷେତ୍ରରେ ୪୮.୬ ପ୍ରତିଶତ ରହିଥିବା ଜମାପଡିଛି।

ଏହି ଧାରା ସୂଚାଇ ଦେଉଛି ଯେ ମହିଳା ଜନସଂଖ୍ୟା ବୃଦ୍ଧି ସାରା ଦେଶରେ ସମାନ ଭାବରେ ବିସ୍ତାରିତ ହୋଇଛି। ଜନସଂଖ୍ୟା ବିଶେଷଜ୍ଞଙ୍କ ମତରେ, ଏହି ପରିବର୍ତ୍ତନ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବାରେ ଉନ୍ନତି, ମାତୃ ମୃତ୍ୟୁ ହାରରେ ହ୍ରାସ ଏବଂ ମହିଳାଙ୍କ ବର୍ଦ୍ଧିତ ଆୟୁଷ ଦ୍ୱାରା ପରିଚାଳିତ ହେଉଛି।

ଜନଗଣନା ଏବଂ ପରିସଂଖ୍ୟାନ ବିଭାଗର ରିପୋର୍ଟ ଆଉ ଏକ ପ୍ରମୁଖ ସାମାଜିକ ପରିବର୍ତ୍ତନ ପ୍ରକାଶ କରିଛି। ୧୫ ବର୍ଷରୁ କମ୍ ବୟସର ଜନସଂଖ୍ୟା ୨୦୧୨ରେ ୨୫.୨ ପ୍ରତିଶତରୁ ୨୦୨୪ରେ ୨୦.୭ ପ୍ରତିଶତକୁ ହ୍ରାସ ପାଇଛି। ଅର୍ଥାତ୍ ଦେଶର ଯୁବ ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ତେବେ ଏହି ସମୟରେ, ୬୫ ବର୍ଷରୁ ଅଧିକ ବୟସର ନାଗରିକଙ୍କ ସଂଖ୍ୟା ୭.୯ ପ୍ରତିଶତରୁ ୧୨.୬ ପ୍ରତିଶତକୁ ବୃଦ୍ଧି ପାଇଛି।

ବିଶେଷଜ୍ଞଙ୍କ ମତରେ, ଏହି ପରିବର୍ତ୍ତନ ସୂଚାଇ ଦେଉଛି ଯେ ଶ୍ରୀଲଙ୍କା ଏକ "ବୟସ୍କ ସମାଜ" ଆଡକୁ ଧିରେ ଦିରେ ଗତି କରିବାରେ ଲାଗିଛି। ଅର୍ଥାତ୍ ଜନ୍ମହାର ହ୍ରାସ ପାଉଥିବାବେଳେ ବୃଦ୍ଧଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ୧୫ ରୁ ୬୪ ବର୍ଷ ବୟସର କର୍ମଜୀବୀ ଜନସଂଖ୍ୟା ମଧ୍ୟ ସାମାନ୍ୟ ହ୍ରାସ ପାଇଛି, ୨୦୧୨ ରେ ୬୬.୯ ପ୍ରତିଶତରୁ ବର୍ତ୍ତମାନ ୬୬.୭ ପ୍ରତିଶତକୁ ହ୍ରାସ ପାଇଛି।

ଜାତିଗତ ଦୃଷ୍ଟିରୁ, ସିଂହଳୀ ସମ୍ପ୍ରଦାୟ ଶ୍ରୀଲଙ୍କାରେ ସବୁଠାରୁ ବଡ଼ ଗୋଷ୍ଠୀ ଭାବେ ସାମ୍ନାକୁ ଆସିଛି, ଯାହାଙ୍କ ସଂଖ୍ୟା ୭୪.୧ ପ୍ରତିଶତ ରହିଛି। ଏହା ପରେ ଶ୍ରୀଲଙ୍କାର ତାମିଲ ୧୨.୩ ପ୍ରତିଶତ, ମୁସଲମାନ ୧୦.୫ ପ୍ରତିଶତ ଏବଂ ଭାରତୀୟ ବଂଶୋଦ୍ଭବ ତାମିଲ ୨.୮ ପ୍ରତିଶତ ରହିଛନ୍ତି।

ଏହା ବ୍ୟତୀତ ଅନ୍ୟାନ୍ୟ ବର୍ଗରେ ମାଳୟ, ଶ୍ରୀଲଙ୍କାର ଚେଟ୍ଟି, ଭରତ ଏବଂ ଆଦିବାସୀ ଭେଦ୍ଦା ସମ୍ପ୍ରଦାୟର ସଂଖ୍ୟା ୦.୩ ପ୍ରତିଶତ ରହିଛି। ଏହି ସଂଖ୍ୟାଗୁଡ଼ିକ ସୂଚାଇ ଦେଉଛି ଯେ ଦେଶର ଜାତିଗତ ବିବିଧତା ରହିଛି। ଧର୍ମଗତ ଦୃଷ୍ଟିରୁ, ଶ୍ରୀଲଙ୍କାରେ ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ସଂଖ୍ୟା ୬୯.୮ ପ୍ରତିଶତ ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହାପଛକୁ ହିନ୍ଦୁ ୧୨.୬ ପ୍ରତିଶତ, ମୁସଲମାନ ୧୦.୭ ପ୍ରତିଶତ, ରୋମାନ କ୍ୟାଥୋଲିକ ୫.୬ ପ୍ରତିଶତ ଏବଂ ଖ୍ରୀଷ୍ଟିଆନ ୧.୩ ପ୍ରତିଶତ ରହିଛନ୍ତି।