​​​​​​​ତୁରେକେଲା, ।୯  କଣ୍ଟାବାଞ୍ଜି  ଥାନା ହିଆଁଲ ସ୍ଥିତ ଅନ୍ବେଷା ହଷ୍ଟେଲରେ ଜଣେ ଛାତ୍ର ଆତ୍ମହତ୍ୟା କରିଛି । ଛାତ୍ର ଜଣକ ପାଟଣାଗଡ଼ ଉପଖଣ୍ଡ ବେଳପଡା ଅଞ୍ଚଳର। ସେ  ଅନ୍ୱେଷା ହଷ୍ଟେଲରେ ରହି କଣ୍ଟାବାଞ୍ଜି ସ୍ଥିତ ଏକ  ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲେ ।

ନୂଆଁଖାଇ ଛୁଟିରେ ଛାତ୍ର ଜଣକ ଗାଁକୁ ଯାଇଥିବା ବେଳେ ଗତ ୩ ତାରିଖରେ ହଷ୍ଟେଲକୁ ଫେରିଥିଲେ। ଶନିବାର ଛାତ୍ର ଜଣକ ଆତ୍ମହତ୍ୟା କରିଥିଲା। ହଷ୍ଟେଲ କର୍ତ୍ତୃପକ୍ଷ କଣ୍ଟାବାଞ୍ଜି ଥାନାରେ ଜଣାଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। ପରିବାର ଲୋକଙ୍କୁ ଖବର ଦେବା ପରେ ମୃତ ଛାତ୍ରଙ୍କ ମାଆ ହଷ୍ଟେଲରେ  ପହଞ୍ଚିଛନ୍ତି। କେଉଁ କାରଣରୁ ଛାତ୍ର ଜଣକ ଆତ୍ମହତ୍ୟା କରିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।