ଭୁବନେଶ୍ୱର,୦୧/୧୧: ସୁଭଦ୍ର ନୂଆ ହିତାଧିକାରୀଙ୍କ ପାଇଁ ଖୁସି ଖବର।  ଆଜିଠୁ ଖୋଲିଲା ସୁଭଦ୍ରା ପୋର୍ଟାଲ।  ନୂତନ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ନଭେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ହିତାଧିକାରୀ। ଆଦର୍ଶ ଆଚରଣ ବିଧି ପାଳନ ଦୃଷ୍ଟିରୁ  ନୂଆପଡ଼ା ବ୍ୟତୀତ ଅନ୍ୟ ସମସ୍ତ  ଜିଲ୍ଲାରେ ନୂଆ  ହିତାଧିକାରୀ ପୋର୍ଟାଲ୍‌ ପଞ୍ଜିକରଣ କରିପାରିବେ। ମାର୍ଚ୍ଚ ୮ରେ ଦୁଇଟି କିସ୍ତି ପାଇବେ ଯୋଗ୍ୟ ନୂଆ ସୁଭଦ୍ରା ହିତାଧିକାରୀ। ଏକା ବେଳକେ ମିଳିବ ୧୦ ହଜାର ଟଙ୍କା। ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ନୂତନ ଯୋଗ୍ୟ ମହିଳାମାନେ ଯେଉଁମାନଙ୍କ ବୟସ ୧ ଅପ୍ରେଲ,  ୨୦୨୫ ସୁଦ୍ଧା ୨୧ ବର୍ଷ କିମ୍ବା ତଦୁର୍ଦ୍ଧ  ହୋଇଥିବ ଓ ଏହି ଯୋଜନା ଅନ୍ତର୍ଗତ  ସମସ୍ତ ଯୋଗ୍ୟତା ମାନଦଣ୍ଡ ପୂରଣ  କରୁଥିବେ ସେମାନେ ସୁଭଦ୍ରା ସହାୟତା  ରାଶି ଲାଗି ଆବେଦନ କରିପାରିବେ ।  ଏଥିସହ ଯେଉଁମାନେ ଗତ ଆର୍ଥିକ ବର୍ଷରେ ସୁଭଦ୍ରା ଯୋଜନାରେ ସାମିଲ  ହେବା ପାଇଁ ଯୋଗ୍ୟ ଥାଇ ମଧ୍ୟ  ଆବେଦନ କରିପାରି ନ ଥିଲେ, ସେମାନଙ୍କୁ ପୁଣିଥରେ ଚଳିତ ବର୍ଷ ଆବେଦନ କରିବାକୁ ସୁଯୋଗ ମିଳିବ।