ନୂଆଦିଲ୍ଲୀ,୧୫/୦୯: ୱାକଫ୍ ଆଇନ ଉପରେ ବଡ଼ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ୱାକଫ୍ ସଂଶୋଧନ ଅଧିନିୟମ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା କେତେକ ଆବେଦନ ଉପରେ ପ୍ରଧାନ ବିଚାରପତି ବିଆର ଗବଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅନ୍ତରୀଣ ରାୟ ଶୁଣାଇଛନ୍ତି । ସମ୍ପୂର୍ଣ୍ଣ ୱାକଫ୍ (ସଂଶୋଧନ) ଆଇନକୁ ନିଷିଦ୍ଧ କରିବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଧାରା ଉପରେ ରୋକ ଲଗା ଯାଇଥିବା ଖଣ୍ଡପୀଠ କହିଛନ୍ତି । ୱାକଫ୍ ଆଇନ ଅକ୍ଷୁର୍ଣ୍ଣ ରହିଛି । ୱାକଫ୍ ପାଇଁ ୫ ବର୍ଷ ଇସଲାମ ଧର୍ମ ପାଳନକାରୀ ହେବା ଆବଶ୍ୟକ ନୁହେଁ । ଜଣେ ବ୍ୟକ୍ତି ଇସଲାମ ଧର୍ମ ପାଳନକାରୀ କି ନାହିଁ ତାହା ନିର୍ଣ୍ଣୟ କରିବା ନେଇ ନିୟମ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ସ୍ଥଗିତ ରହିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ୩ ଟି ପ୍ରସଙ୍ଗରେ ଅନ୍ତରୀଣ ସ୍ଥଗିତାଦେଶ ଜାରି କରିଛନ୍ତି । ୱାକଫ୍ ବ୍ୟବହାରକାରୀଙ୍କ ଡିନୋଟିଫିକେସନ୍ ଉପରେ ପ୍ରତିବନ୍ଧକ ଲାଗିଛି । କଲେକ୍ଟରଙ୍କ କ୍ଷମତା ଓ ଅଣ-ମୁସଲମାନଙ୍କୁ ଅନ୍ତର୍ଭୁକ୍ତ କରିବା ଉପରେ ରୋକ ଲାଗିଛି । ୫ ବର୍ଷ ଜରୁରୀ ପ୍ରାବଧାନ ଉପରେ ରୋକ ଲଗାଯାଇଛି । ୱାକଫ୍ ବୋର୍ଡରେ ୩ରୁ ଅଧିକ ଅଣମୁସଲିମ୍ ରହିବେ ନାହିଁ ।
ଓ୍ବାକଫ୍ ଆଇନ ଉପରେ ନିଷ୍ପତ୍ତି ଶୁଣାଇ କିଛି ଧାରା ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଆଇନ୍ର ୫ ବର୍ଷ ଜରୁରୀ ଥିବା ପ୍ରାବଧାନ ଉପରେ କଟକଣା ଲାଗିଛି । ଅନୁଚ୍ଛେଦ ୩୭୪ ଓ ରାଜସ୍ୱ ରେକର୍ଡ ସମ୍ୱଦ୍ଧୀୟ ଧାରାରେ କଟକଣା ଲାଗିଛି । ସର୍ବୋଚ୍ଚ ଅଦାଲତ କହିଛନ୍ତି,''ଓ୍ୱାକଫ୍ ଆଇନର ବୈଧ୍ୟତାକୁ ନେଇ ନିଷ୍ପତ୍ତି ନିଆଯାଇ ନାହିଁ । ଓ୍ୱାକଫ୍ ବୋର୍ଡରେ ରହିବେ ନାହିଁ ୩ରୁ ଅଧିକ ଅଣମୁସଲିମ୍ । ସଂପୂର୍ଣ୍ଣ ଆଇନରେ ରୋକ୍ ଲଗାଇବାର ଆବଶ୍ୟକତା ନାହିଁ । ବିବାଦର ସମାଧାନ କରିପାରିବେ ନାହିଁ ଜିଲ୍ଲାପାଳ । ଏପରି ମାମଲା ଟ୍ରିବ୍ୟୁନାଲକୁ ଯିବା ଉଚିତ୍ । ଓ୍ୱାକଫ୍ ବୋର୍ଡର ସିଇଓ ଜଣେ ମୁସଲିମ୍ ହେବା ଆବଶ୍ୟକ ।''
ଓ୍ବାକଫ୍ ଆଇନ କ'ଣ ? ଓ୍ବାକଫ୍ ଅର୍ଥ ରାେକିବା ବା ପ୍ରତିବନ୍ଧକ । ଆଇନଗତ ଦୃଷ୍ଟିରୁ ବୁଝିବାକୁ ଗଲେ ଯଦି ଜଣେ ଇସ୍ଲାମ ଧର୍ମର ବ୍ୟକ୍ତି ନିଜର ଘର, ଜମି କୌଣସି ଧାର୍ମିକ ଅନୁଷ୍ଠାନକୁ ଦାନ କରନ୍ତି ତେବେ ସେହି ସମ୍ପତ୍ତି ୱାକଫ୍ ହୋଇଯାଏ । ଏହି ଦାନ ସମ୍ପତ୍ତିକୁ ଅଲ୍ଲାଙ୍କ ସମ୍ପତ୍ତି ବୋଲି କୁହାଯାଏ । ଯିଏ ଦାନ କରନ୍ତି ତାଙ୍କୁ ୱାକିଫା ବୋଲି କୁହାଯାଏ । ଏହି ସମ୍ପତ୍ତିକୁ ବିକ୍ରି କରାଯାଇ ପାରିବ ନାହିଁ କି ଧର୍ମ କାର୍ଯ୍ୟ ଛଡା ଅନ୍ୟ କୌଣସି ଉଦ୍ଦେଶ୍ୟରେ ଲାଗିବ ନାହିଁ ।