ନୂଆଦିଲ୍ଲୀ,୧୮/୧୦: ସୁଧୁରିବନି ଆତଙ୍କୀସ୍ଥାନ । ସିଜଫାୟର ପରେ ବି ଅସଲି ରଙ୍ଗ ଦେଖାଇଛି ପାକିସ୍ତାନ । ପାକିସ୍ତାନ-ଆଫଗାନିସ୍ତାନ ସୀମା ବିବାଦ ଚରମ ସ୍ଥିତିରେ ପହଞ୍ଚିଛି । ଅସ୍ତ୍ରବିରତ ଉଲ୍ଲଂଘନ କରିଛି ପାକିସ୍ତାନ ସେନା । ଶୁକ୍ରବାର ରାତିରେ ପାକିସ୍ତାନୀ ସେନା ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ କରିଛି । ଏଥିରେ ୧୦ ନାଗିରକଙ୍କ ସମେତ ୩ ଆଫଗାନ କ୍ରିକେଟରଙ୍କ ମୃତ୍ୟୁ ହୋଇଛି । ସେମାନେ ହେଲେ କବୀର, ସିବଗତୁଲ୍ଲା, ଏବଂ ହାରୁନ୍  ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) ଏ ନେଇ ସୂଚନା ଦେଇଛି । ପାକିସ୍ତାନ ଦ୍ୱାରା ଏହା କାପୁରୁଷ ଆକ୍ରମଣ ବୋଲି କହି ଆଫଗାନ କ୍ରିକେଟ ବୋର୍ଡ  ଖେଳାଳିମାନେ ଶରଣାରେ ଏକ ମ୍ୟାଚ୍ ଖେଳି ଫେରୁଥିଲେ । ଏହି ସମୟରେ ଏୟାରଷ୍ଟ୍ରାଇକ ହୋଇଥିଲା । ପକ୍ତିକା ପ୍ରଦେଶ ଅର୍ଗୁନ୍ ଏବଂ ବରମାଲ ଜିଲ୍ଲାରେ ବୋମା ମାଡ଼ ହୋଇଥିଲା । ଯେଉଁଥିରେ ୩ ଯୁବ ଆଫଗାନ କ୍ରିକେଟରଙ୍କର ମୃତ୍ୟୁ ହୋଇଛି । ୪ କ୍ରିକେଟର ଆହତ ହୋଇଛନ୍ତି ।ଏହା ପରେ ପାକିସ୍ତାନ ସହ ଟି-ଟ୍ୱେଣ୍ଟି ଟ୍ରାଇ ସିରିଜ ଖେଳିବ ନାହିଁ ବୋଲି କହିଛି ଆଫଗାନିସ୍ତାନ କ୍ରିକେଟ ବୋର୍ଡ । ନଭେମ୍ବରରେ ପାକିସ୍ତାନ-ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମଧ୍ୟରେ ଟ୍ରାଇ ସିରିଜ ହେବାର ଥିଲା ।  

୩ ଆଫଗାନ କ୍ରିକେଟରଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କ୍ରିକେଟର ରାସିଦ ଖାନ । ଏକ୍ସରେ କହିଛନ୍ତି, ''ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକରେ  ସାଧାରଣ ଲୋକଙ୍କ ଜୀବନହାନି ପାଇଁ ମୁଁ ଗଭୀର ଦୁଃଖିତ । ଏଥିରେ  ବିଶ୍ୱ ସ୍ତରରେ ନିଜ ଦେଶକୁ ପ୍ରତିନିଧିତ୍ୱ କରିବାର ସ୍ୱପ୍ନ ଦେଖୁଥିବା ଯୁବ କ୍ରିକେଟରଙ୍କ ଜୀବନ ନେଇଛି । ନାଗରିକ ଭିତ୍ତିଭୂମିକୁ ଟାର୍ଗେଟ କରିବା ସମ୍ପୂର୍ଣ୍ଣ ଅନୈତିକ ଏବଂ ବର୍ବର । ଏହି ଅନ୍ୟାୟ ଏବଂ ବେଆଇନ କାର୍ଯ୍ୟଗୁଡ଼ିକ ମାନବାଧିକାର ଏହାକୁ ଅଣଦେଖା କରାଯିବା ଉଚିତ୍ ନୁହେଁ ।''

ପାକିସ୍ତାନ-ଆଫଗାନିସ୍ତାନ ସୀମା ବିବାଦ- ଗତ ସପ୍ତାହରେ ଦୁଇ ଦକ୍ଷିଣ ଏସୀୟ ପଡ଼ୋଶୀ ଦେଶ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଆଫଗାନିସ୍ତାନ ରାଜଧାନୀ କାବୁଲରେ ପାକ୍ କରିଥିବା ଏୟାରଷ୍ଟ୍ରାଇକ ପ୍ରତିଶୋଧ ନେଇ ଆକ୍ରମଣ କରିଥିଲା ଆଫଗାନିସ୍ତାନ । ଆଫଗାନ ଦାବି କରିଥିଲା ​​ଯେ ଏଥିରେ ୫୮ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି । ହେଲେ ପାକିସ୍ତାନ ମୃତକଙ୍କ ସଂଖ୍ୟା ୨୩ ଥିବା କହିଥିଲା । ପ୍ରତିଆକ୍ରମଣରେ ୨୦୦ ରୁ ଅଧିକ ତାଲିବାନ ଏବଂ ସହଯୋଗୀ ସୈନିକଙ୍କୁ ହତ୍ୟା କରିବାରେ ସଫଳ ହୋଇଥିବା କହିଥିଲା । ଉତ୍ତେଜନା ମଧ୍ୟରେ ଅକ୍ଟୋବର ୧୨ରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ସୀମା କ୍ରସିଂ ମଧ୍ୟ ବନ୍ଦ କରିଦିଆଯାଇଥିଲା ।

ତାଲିବାନ କହିଥିଲା ଯେ "ଯଦି ପାକିସ୍ତାନ ଆଲୋଚନାରେ ସାମିଲ ହେବାକୁ ଚାହୁଁନାହିଁ ତେବେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ଅନ୍ୟ ଉପାୟ ଅଛି।" କାତାର ଏବଂ ସାଉଦି ଆରବ ହସ୍ତକ୍ଷେପ କରିବା ପରେ ଲଢ଼େଇ ବନ୍ଦ କରାଯାଇଥିଲା । ତଥାପି, ମଙ୍ଗଳବାର ରାତିରେ ପୁଣି ସଂଘର୍ଷ ହୋଇଥିବା ଖବର ମିଳିଥିଲା । ​​ଯେଉଁଥିରେ ଅନେକ ସୈନିକ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । ପରେ ଉଭୟ ଦେଶ ୪୮ ଘଣ୍ଟାର ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ । ଏହା ପରେ ବି ପୁଣି ଦୁଇ ଦେଶ ମଧ୍ୟରେ ଏୟାରଷ୍ଟ୍ରାଇକ୍ ହୋଇଛି ।