ଜଳେଶ୍ବର,୨୪/୧୦ : ଡ୍ରାଇଭରର ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ନୟନ ଯୋଡ଼ିକୁ ଖସିଲା ଟ୍ୟାଙ୍କର। ଅଳ୍ପକେ ରକ୍ଷା ପାଇଲେ ଡ୍ରାଇଭର ଏବଂ ହେଲ୍ପର, ଟ୍ୟାଙ୍କରରେ ଗ୍ୟାସ ରହିଥିବା ସୂଚନା। ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ ପୁନସିତାଠାରେ ।
ସୂଚନା ଅନୁସାରେ, ଆଜି ଅପରାହ୍ନ ସମୟରେ ଏକ ଟ୍ୟାଙ୍କର କଲିକତା ଆଡ଼ୁ ବାଲେଶ୍ୱର ଅଭିମୁଖେ ଯାଉଥିଲା । ଏହି ସମୟରେ ୬୦ନଂ ଜାତୀୟ ରାଜପଥ ପୁନସିତାଠାରେ ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ରାସ୍ତା ପାଖ ଡିଭାଇଡରକୁ ଡେଇଁ ୨୦ଫୁଟ ତଳ ନୟନ ଯୋଡ଼ିକୁ ଖସି ପଡ଼ିଥିଲା । ଫଳରେ ଟ୍ୟାଙ୍କରରେ ଥିବା ଡ୍ରାଇଭର ଏବଂ ହେଲ୍ପର ଅଳ୍ପକେ ରକ୍ଷା ପାଇଥିଲାବେଳେ ଟ୍ୟାଙ୍କରରେ ଗ୍ୟାସ ଥିବାରୁ ସ୍ଥାନୀୟ ଅଂଚଳ ପ୍ରତି ବିପଦ ଥିବାରୁ ଘଟଣାସ୍ଥଳରେ ବସ୍ତା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଦେଖିବାକୁ ମିଳିଛି।