ଭୁବନେଶ୍ୱର, ୨୯/୧୦: ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଉପସ୍ଥାନ ଅନଲାଇନ୍ ମାଧ୍ୟମରେ ଦାଖଲ ହେବ । Unified Automation System  ମାଧ୍ୟମରେ ଉପସ୍ଥାନ ଦାଖଲ ବାଧ୍ୟତାମୂଳକ କରାଯାଇଛି । ଏନେଇ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି ।

ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟର ସମସ୍ତ ବିଦ୍ୟାଳୟର ଉପସ୍ଥାନ ତଥ୍ୟ ପ୍ରତିଦିନ ରାଷ୍ଟ୍ରୀୟ ବିଦ୍ୟା ସମୀକ୍ଷା କେନ୍ଦ୍ର ସହିତ ସେୟାର କରାଯାଉଛି । କିନ୍ତୁ ଅନେକ ବିଦ୍ୟାଳୟ ସିଫ୍ଟ ଆବଣ୍ଟନ, ଶିକ୍ଷକ ସ୍ଥାନାନ୍ତର ଏବଂ ଡେପୁଟେସନ ସମ୍ବନ୍ଧୀୟ ସମସ୍ୟା ପାଇଁ ଉପସ୍ଥାନ ଦାଖଲ କରିପାରୁନାହାନ୍ତି । ଏହି ସମସ୍ୟାଗୁଡ଼ିକୁ ୨୫ ଅକ୍ଟୋବରରୁ ୩୧ ଅକ୍ଟୋବର ୨୦୨୫ ମଧ୍ୟରେ BEO DEO କାର୍ଯ୍ୟାଳୟ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛି ଶିକ୍ଷା ବିଭାଗ । ଏହାର ସମାଧାନ ପାଇଁ UAS ପୋର୍ଟାଲରେ ଥିବା ୟୁଜର୍ ମାନୁଆଲ୍ ଅନୁସରଣ କରିବାକୁ କୁହାଯାଇଛି । BEO ଏବଂ DEO ମାନେ ଏଥିରେ ଅସୁବିଧାର ସମ୍ମୁଖୀନ ହେଲେ UAS Monitoring WhatsApp Group ରେ ପୋଷ୍ଟ କରି SPOଙ୍କ ଠାରୁ ବୈଷୟିକ ସହାୟତା ନେଇ ପାରିବେ ।