ନୂଆଦିଲ୍ଲୀ ୧୯/୧୦: ଅପ୍‌କମିଙ୍ଗ ହରର୍‌ କମେଡି ଫିଲ୍ମ ଥାମାରେ ପ୍ରଥମ ଥର ବଡ଼ ପରଦାକୁ ଆସିବେ ଆୟୁଷ୍ମାନ ଖୁରାନା ଓ ରଶ୍ମିକା ମନ୍ଦାନା । ଆସନ୍ତା ୨୧ ତାରିଖରେ ଏହା ମୁକ୍ତିଲାଭ କରିବ । ନୂଆ କାହାଣୀ ଓ ଲୋକପ୍ରିୟ ଷ୍ଟାର୍‌ କାଷ୍ଟ୍‌ଙ୍କ ପାଇଁ ଫିଲ୍ମଟି ଖବରରେ ରହିଛି ।

ସଦ୍ୟ ରିପୋର୍ଟ ଅନୁସାରେ, ରିଲିଜ୍‌ ପୂର୍ବରୁ ଫିଲ୍ମଟି ରେକର୍ଡ ଭାଙ୍ଗିଛି । ବଡ଼ ବଜେଟ୍‌ରେ ପ୍ରସ୍ତୁତ ଥାମାଭାରତୀୟ ହରର୍‌-କମେଡି ୟୁନିଭର୍ସର ସବୁଠୁ ମହଙ୍ଗା ଫିଲ୍ମ ହୋଇଛି । ଫିଲ୍ମର କାହାଣୀରେ ଆବଶ୍ୟକ ଭିଜୁଆଲ ଇଫେକ୍ଟ ପାଇଁ ନିର୍ମାତା ଶୀର୍ଷ ଅନ୍ତର୍ଜାତୀୟ ଭିଏଫ୍‌ଏକ୍ସ ଷ୍ଟୁଡିଓ ସହ କାମ କରିଛନ୍ତି । ଏଥିପାଇଁ ଫିଲ୍ମ ନିର୍ମାଣ ବଜେଟ୍‌ ୧୨୫ କୋଟି ଟପିଛି । ଫଳରେ ହରର୍‌ ଫିଲ୍ମରେ ନିବେଶ ମାମଲାରେ ଥାମାନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ।

ଫିଲ୍ମର ପବ୍ଲିସିଟି ଓ ପ୍ରମୋସନ୍‌ ପାଇଁ ଅଲଗା ୨୦ କୋଟି ବଜେଟ୍‌ ସ୍ଥିର ହୋଇଛି । ଏହିଭଳି ଭାବେ ଫିଲ୍ମର ମୋଟ୍‌ ବଜେଟ୍‌ ୧୪୫ କୋଟି ହୋଇଛି । ଥାମାର ଏହି ବଜେଟ୍‌ ରାଜକୁମାର ରାଓ, ଶ୍ରଦ୍ଧା କପୁର, ଅପାରଶକ୍ତି ଖୁରାନା ଓ ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ସ୍ତ୍ରୀ୨କୁ ପଛରେ ପକାଇଛି । ଏହାର ବଜେଟ୍‌ ଥିଲା ୧୨୫ କୋଟି । ଷ୍ଟାର୍‌ କାଷ୍ଟ୍‌, ଟେକ୍ନିକାଲ ଦିଗ ମାମଲାରେ ଭାରତର ହରର୍‌-କମେଡି ୟୁନିଭର୍ସ ଥାମାଜରିଆରେ ନୂଆ ଉଚ୍ଚତା ଛୁଇଁଛି ।