ମାଲକାନଗିରି,୧୦/୧୦ : ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାରେ ମାଓବାଦୀ ଆନ୍ଦୋଳନକୁ ଏକ ମହା ଝଟକା ଲାଗିଛି। ରାଜ୍ୟର ମାଓବାଦୀ ସଂଗଠନର ତିନି ଜଣ ବରିଷ୍ଠ ମାଓ ନେତା ଆଜି ଡିଜିପି ଶିଭଧର ରେଡ୍ଡିଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେହେଲେ କୁକାଟି ୱେଙ୍କଟ ଓରଫ ବିକାସ, ମୋଗିଲିଚର୍ଲା ରାଜୁ ଓରଫ ସିଏନଏମ ଚନ୍ଦୁ ଏବଂ ଗଙ୍ଗବ୍ବା ଓରଫ ସୋନି।

ଏମାନେ ଦୀର୍ଘ ବର୍ଷ ଧରି ମାଓବାଦୀ ସଂଗଠନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିଲେ ଏବଂ ତେଲେଙ୍ଗାନା ଓ ପାଶ୍ୱର୍ବତୀ ରାଜ୍ୟ ଯଥା ଓଡିଶା, ଛତିଶଗଡ ଆଦି ଅଞ୍ଚଳରେ ଅନେକ ମାଓ ଅଭିଯାନ ଚାଲାଇଥିଲେ। ସେମାନେ ପୁଲିସ ଓ ରାଜ୍ୟ ସରକାରଙ୍କ ଚାଲୁଥିବା ପୁନର୍ବାସନ ଓ ମୁଖ୍ୟ ଧାରାକୁ ଫେରିବା ଯୋଜନାରେ ଆକର୍ଷିତ ହୋଇ ହତିଆର ତ୍ୟାଗ କରି ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି। ଡିଜିପି ଶିଭଧର ରେଡ୍ଡି କହିଛନ୍ତି ଯେ, ରାଜ୍ୟ ସରକାର ଯେକୌଣସି ମାଓବାଦୀଙ୍କୁ ହିଂସା ଛାଡ଼ି ସମାଜର ମୁଖ୍ୟ ଧାରାକୁ ଫେରିବା ପାଇଁ ସୁଯୋଗ ଦେଉଛନ୍ତି। ଯେଉଁମାନେ ଆତ୍ମସମର୍ପଣ କରିଛନ୍ତି ସେମାନଙ୍କୁ ପୁନର୍ବାସନ ଯୋଜନା ଅନୁଯାୟୀ ସମସ୍ତ ସହାୟତା ଦିଆଯିବ। ତେବେ ଏହି ୩ ମାଓବାଦୀଙ୍କ ଆତ୍ମସମର୍ପଣ ଏକ ବଡ଼ ସଫଳତା।