କୋଣାର୍କ,୯/୯ : ତାଳ ଗଛ ଆପେ ମରେ ନାହିଁ ଚିର ସବୁଜ। ବଜ୍ରପାତରୁ ରକ୍ଷା କରେ ତାଳ ଗଛ । ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ପାଇଁ ବ୍ଯାପକ ତାଳ ମଂଜି ରୋପଣ ପାଇଁ ପଦକ୍ଷେପ ନିଆଯାଉଛି । କୋଣାର୍କ ଥାନା ଅନ୍ତର୍ଗତ ମାଜାଗେଶ୍ୱରୀ ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲ ପରିସରରେ ୩ହଜାର ତାଳ ମଂଜି ରୋପଣ କରାଯାଇଛି । କମିଟି ସଭାପତି ସୁବାସ ଚନ୍ଦ୍ର ବେଉରାଙ୍କ ତତ୍ତ୍ବାବଧାନରେ ଅବସରପ୍ରାପ୍ତ ବନାଚଂଳ ଅଧିକାରୀ ଦୁଃଶାସନ ନାୟକ, କାଉନସିଲର ନିହାର ରଞ୍ଜନ ବେଉରା, ପୂର୍ବତନ ଜଙ୍ଗଲ ସୁରକ୍ଷା କମିଟି ସଭାପତି ସୁଶାନ୍ତ ବେଉରା, ପୂର୍ବତନ କାଉନସିଲର ପଦ୍ମଚରଣ ବେଉରା, ବିମଳ କାଣ୍ଡିଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ଡାଳିମ୍ବଗୋରଡ଼ି ଓ ବାଣପଦା ଗ୍ରାମକୁ ନେଇ ଗଠିତ ମା’ ଜାଗେଶ୍ୱର ଜଙ୍ଗଲ ସୁରକ୍ଷା କମିଟି ପକ୍ଷରୁ ବାଲୁଖଣ୍ଡ ଅଭୟାରଣ୍ୟ ଜଙ୍ଗଲର ବିବେକାନନ୍ଦ ଶିକ୍ଷାକେନ୍ଦ୍ର ସନ୍ନିକଟ ସଂରକ୍ଷିତ ଜଙ୍ଗଲରୁ ନଡ଼ିଆ ଫାର୍ମ ପର୍ଯ୍ୟନ୍ତ ଦୀର୍ଘ ୨କିମି ପରିବ୍ୟାପ୍ତ ଅଂଚଳରେ ୩ହଜାର ତାଳ ମଂଜି ରୋପଣ କରାଯାଇଥିଲା। ଆସନ୍ତା ୩ବର୍ଷ ମଧ୍ୟରେ ୧୦ହଜାର ତାଳ ରୋପଣ ପାଇଁ ଲକ୍ଷ ରଖାଯାଇଛି ।