ନିମବାହାଳି,୧୪/୧୦: ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ବ୍ଳକ ହଳଦିଆବାହାଳ ଗାଁ ନିକଟରେ ଅଘଟଣ। ଫୁଟ୍ ପାଟ୍ରୋଲିଂ ବେଳେ ଧକ୍କା ଦେଲା ଏକ୍ସପ୍ରେସ ଟ୍ରେନ୍। ଘଟଣାସ୍ଥଳରେ ଟ୍ରାକ ମେଣ୍ଟେନର ମୃତ । ମୃତ ରେଲୱେ ଟ୍ରାକ୍ ମେଣ୍ଟେନର ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଯୋଧ୍ୟା ଗାଁର ଯୋଗେନ୍ଦ୍ର ସିଂହ ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ଯୋଗେନ୍ଦ୍ର ସୋମବାର ବିଳମ୍ବିତ ରାତିରେ ଚିନ୍ତାପୋଖରୀ ଗେଟରୁ ହିନ୍ଦୋଳ ରୋଡ଼ ରେଳ ଷ୍ଟେସନ ମଧ୍ୟରେ ଫୁଟ ପାଟ୍ରୋଲିଂ କରୁଥିଲେ। ସେହି ସମୟରେ ଫେରୁଥିବା ବେଳେ ସମ୍ମୁଖରୁ ଆସୁଥିବା ଏକ ଏକ୍ସପ୍ରେସ୍ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଆରପିଏଫ୍ ଓ ଜିଆରପି ପୁଲିସ ପହଞ୍ଚି ତଦନ୍ତ କରିଛନ୍ତି। ଏଥିସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଛି।