ଗୋଷାଣି, ୨୮/୧୦ : ଗୋଷାଣି ବ୍ଲକର ଖରଷଣ୍ଡା ଗ୍ରାମସ୍ଥିତ ମୁଖ୍ୟ ରାସ୍ତାରେ ଗଛ ପଡ଼ିବା ସହ ପାର୍ଶ୍ୱସ୍ଥ କେନାଳକୁ ଲାଗି ରହିଥିବା କୂଳ ରାସ୍ତା ଧୋଇ ହୋଇଯାଇଛି । ସୁଚନା ଅନୁସାରେ, ପାରଳାଖେମୁଣ୍ଡି ମୋହନା ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ତଥା ସାତ ମାଇଲ ଛକଠାରୁ ଖରଷଣ୍ଡା ଗାଁକୁ ଯାଇଥିବା ରାସ୍ତାରେ ଏକ ଗଛ ପଡ଼ି ଯିବା ଯୋଗୁଁ ଅଧା ରାସ୍ତା ଧୋଇ ହୋଇଯାଇଛି ।

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଯବାନମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବାବେଳେ ପାରଳା ବିଧାୟକ ଇଂ ରୁପେସ ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି । ଅପରାହ୍ନରେ ଏହି ଘଟଣା ଘଟିଥିବାରୁ କ୍ରେନ୍ ଆସିବା ପରେ ରାସ୍ତା ଅବରୋଧ ହଟାଇବା ସହ ଅନ୍ୟ ପାର୍ଶ୍ୱରେ ଚଉଡ଼ା କରି ବର୍ତ୍ତମାନ ପାଇଁ ଯାତାୟତ ସୁବିଧା କରାଯିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ।