ଭୁବନେଶ୍ୱର: ସୋଆ ଷ୍ଟାଡିୟମରେ ସୋଆ ଗ୍ରୀନ କ୍ଳବ ଦ୍ଵାରା ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବୃକ୍ଷ ରୋପଣ କରିଛନ୍ତି ସୋଆ ଡିମଡ ଟୁ ବି ୟୁନିଭର୍ଶିଟିର ଭାଇସ ପ୍ରେସିଡେଣ୍ଟ ଶାଶ୍ଵତୀ ଦାସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆରମ୍ଭ ହୋଇଥିବା କ୍ୟାମ୍ପେନ୍ ଏକ ପେଡ ମା କେ ନାମରେ ଅନୁପ୍ରାଣିତ ହୋଇ ଗଛ ଲଗାଇଛନ୍ତି।
ଗ୍ଲୋବାଲ ୱାର୍ମିଂ ଏକ ବଡ଼ ଆହ୍ବାନ ଭାବେ ଠିଆ ହୋଇଛି। ତେଣୁ ଗଛ ନିହାତି ଲଗାଇବା ଦରକାର। ଗ୍ଲୋବାଲ ୱାମିଂ କୁ ପ୍ରତିହତ କରିବା ପାଇଁ ଘରେ ବାହାରେ ସମସ୍ତେ ଗଛ ଲଗାନ୍ତୁ ବୋଲି ସୋଆ ନିର୍ଦ୍ଦେଶିକା ଶାଶ୍ଵତୀ ଦାସ କହିଛନ୍ତି।
ଏହି ବୃକ୍ଷ ରୋପଣ କର୍ଯ୍ୟକ୍ରମ ରେ ସୋଆର ଡିନ ମାନେ ଯୋଗ ଦେଇ ଗଛ ଲଗାଇଛନ୍ତି। ଛାତ୍ରଛାତ୍ରୀ ମାନେ ଏକ ପେଡ ମା କେ ନାମ ନାରା ଦେବା ସହ ଗଛ ଲଗାଇଥିଲେ।