ମାଲକାନଗିରି,୨୬/୧୦: ଜାତୀୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ସ୍ଥାନ ପାଇବ ସେଫ୍‌ଟି ବୋଟ୍ ପ୍ରୋଜେକ୍ଟ । ପାସ୍କାଲ ଫର୍ମୁଲାରେ ଅନୁପ୍ରାଣିତ ସେଫ୍‌ଟି ବୋଟ୍ ପ୍ରୋଜେକ୍ଟକୁ ଚୟନ କରାଯାଇଛି । ଯାହାକୁ ମାଲକାନଗିରି ଜିଲ୍ଲା ସ୍ଵାଭିମାନ ଅଞ୍ଚଳର ନବମ ଶ୍ରେଣୀର ଆଦିବାସୀ ଛାତ୍ରୀ ଲଳିତା ଖିଲ ତିଆରି କରିଛନ୍ତି । ସେ ବର୍ତ୍ତମାନ ସରକାରୀ ଉଚ୍ଚ ବିଦ୍ୟାଳୟ RSC-6ର ୯ମ ଶ୍ରେଣୀର ଛାତ୍ରୀ । ମାଲକାନଗିରି ଜିଲ୍ଲାରେ ପ୍ରତିବର୍ଷ ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି "ସେଫ୍‌ଟି ବୋଟ୍" ପ୍ରୋଜେକ୍ଟକୁ ବନେଇବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏଥିପାଇଁ ତାଙ୍କୁ ସହକାରୀ ଶିକ୍ଷକ  ଦେବବ୍ରତ ଦାଶ ସାହାଯ୍ୟ କରିଥିବା ବେଳେ ପ୍ରଧାନ ଶିକ୍ଷକ ଡମ୍ବରୁଧର ଗଲରୀ ପ୍ରୋତ୍ସାହିତ କରିଛନ୍ତି ।

ଝିଅର ଏହି ସଫଳତାକୁ ମା ଦାମମତି ଖିଲ, ବାପe ପର୍ଶୁ ଖିଲ ଏବଂ ଗାଁର ଲୋକମାନେ ଭୁରି ଭୁରି ପ୍ରଶଂସା କରିଛନ୍ତି । ଓଡ଼ିଶା ବନ୍ୟା ଓ ବାତ୍ୟାର ଜନ୍ମସ୍ଥଳୀ, ପ୍ରତିବର୍ଷ ଲୋକେ ବନ୍ୟାର ଶିକାର ହେଉଛନ୍ତି । ଚିତ୍ରକୋଣ୍ଡାରେ ଅନେକ ସମୟରେ ଡଙ୍ଗା ବୁଡ଼ିର ଖବର ମଧ୍ୟ ଆସିଥାଏ । ଏହାକୁ ନଜରରେ ରଖି ଚିତ୍ରକୋଣ୍ଡା ବ୍ଲକ୍ ସରକାରୀ ୟୁଜିଏସ୍‌ସି RSC-06 ସ୍କୁଲର ନବମ ଶ୍ରେଣୀର ଛାତ୍ରୀ ଏହି ନିରାପଦ ଡଙ୍ଗା, ପ୍ରକଳ୍ପ ବନେଇଛନ୍ତି । ଯାହା ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ସ୍ଥାନ ପାଇଛି ।

ଏହି ପ୍ରଜୋକ୍ଟରେ ଡଙ୍ଗାର ଭିତର ଅଂଶଟି ଫାଙ୍କା ସ୍ଥାନରେ ବାୟୁ ପୂର୍ଣ୍ଣ ଥଳି ରଖାଯାଇଛି । ଯେତେବେଳେ ଡଙ୍ଗା ନିୟନ୍ତ୍ରଣ ହରାଏ, ସେତେବେଳେ ଲୋକେ ଡଙ୍ଗାର ଗୋଟିଏ ପାର୍ଶ୍ବକୁ ଚାଲିଆସନ୍ତି । ଫଳରେ ଡଙ୍ଗାଟି ବୁଡ଼ିଯାଇଥାଏ । ଏଥିରୁ ବର୍ତ୍ତିବା ପାଇଁ ଏଥିରେ ଏକ ବାଲାନ୍ସ ଟ୍ୟୁବ୍ ଲଗାଯାଇଛି । ଯାହାକି ପାସ୍କାଲଙ୍କ ନିୟମ ହିସାବରେ ବନାଯାଇଛି। ପାସ୍କାଲଙ୍କ ନିୟମ କୁହେ, P=F/A କ୍ଷେତ୍ରଫଳ ବଢ଼ିଲେ, ଚାପ କମିବ, ଏଠାରେ କ୍ଷେତ୍ରଫଳ ବଢ଼େଇ ଦିଆଯାଇଛି,  ଯାହା ଫଳରେ ଚାପଟି ଗୋଟିଏ ପଟେ ନପଡି ସବୁ ଦିଗରେ ପଡ଼ିବ।  ଫଳରେ ଡଙ୍ଗାଟି ଓଲଟିବ ନାହିଁ ।

ଡଙ୍ଗାରେ ଅଧିକ ଲୋକ ହୋଇଗଲେ ଏହା ସାଇରନ ଦେଇ ସୂଚେଇ ଦେବ। ଯାହାଦ୍ବାରା ଲୋକମାନେ ସଚେତନ ହୋଇଯିବେ । କିନ୍ତୁ ଯଦି ସାଇରନ ନମାନି  କିଛି ଲୋକ ଉଠି ଆସନ୍ତି ଏହା ଚାପ ପାଇ ତଳକୁ ଯିବ,ତଳେ ଥିବା ବାୟୁ ପୂର୍ଣ୍ଣ ଥଳିର ବାୟୁ ଉପରେ ଥିବା ଟ୍ୟୁବକୁ ଆସିଯିବ, ଯାହା ଫଳରେ ଡଙ୍ଗାକୁ ବୁଡ଼ିବ ନାହିଁ ଏବଂ ଜୀବନ ବଞ୍ଚିଯିବ  ।