କୋଲକାତା: ପଶ୍ଚିମବଙ୍ଗର ବହରମପୁରରେ ଏକ ଆଧୁନିକ କଳା ସମ୍ପନ୍ନ ଦୁର୍ଗା ପୂଜା ପ୍ରତିମା ଉନ୍ମୋଚନ କରାଯାଇଛି ଯେଉଁଥିରେ ମହିଷାସୁର ମେଢ ଭାବେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକୃତିରେ ପ୍ରତିମୁର୍ତ୍ତୀ ତିଆରି କରାଯାଇଛି। ଏହା ଭାରତ ଉପରେ ଲଦାଯାଇଥିବା ୫୦% ଟ୍ରେଡ୍ ଟ୍ୟାରିଫ୍ ବିରୋଧରେ ଏକ ସାଂସ୍କୃତିକ ପ୍ରତିବାଦ ଭାବେ ଦେଖାଯାଉଛି।

ଖଗରା କ୍ରେମେଟୋରିୟମ୍ ଘାଟ୍ ଦୁର୍ଗା ପୂଜା କମିଟି ଦ୍ୱାରା ନିର୍ମିତ ଏହି ପ୍ରତିମାଟିକୁ କଳାକାର ଅସିମ ପାଲ ତିଆରି କରିଛନ୍ତି। ଯେଉଁଥିରେ ଟ୍ରମ୍ପଙ୍କ ଦୋମୁହାଁ ନିତିକୁ ଚିତ୍ରଣ କରାଯାଇଛି, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ସତ୍ତ୍ୱେ ଭାରତ ପ୍ରତି ତାଙ୍କ ମନରେ ଥିବା ବିଶ୍ୱାସଘାତକତାକୁ ପ୍ରତୀକାତ୍ମକ ଭାବେ ଉପସ୍ଥାପନ କରୁଛି। ଏହି ପ୍ରତିମାର ଉଦ୍ଘାଟନୀ ଉତ୍ସବରେ ବହରାମପୁର ମ୍ୟୁନିସିପାଲିଟିର ମେୟର ନାରୁ ଗୋପାଲ ମୁଖାର୍ଜି ଉପସ୍ଥିତ ଥିଲେ ଯାହା ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଧ୍ୟାନ ଆକର୍ଷଣ ସୃଷ୍ଟି କରିଛି।

ଏନେଇ କମିଟିର ଜଣେ ସଦସ୍ୟ ପ୍ରତିକ କହିଛନ୍ତି ଯେ, ଏହି ପ୍ରତିମା ଟ୍ରମ୍ପଙ୍କ ଟାରିଫ ନୀତି ଏବଂ ଭାରତ ପ୍ରତି ସେ କରିଥିବା ବିଶ୍ୱାସଘାତକତାର ପ୍ରତିକ୍ରିୟା ଭାବେ ଏହି ମୂର୍ତ୍ତୀ ନିର୍ମିାଣ କରାଯାଇଛି। ସ୍ଥାନୀୟ ଲୋକଙ୍କ ନିକଟରୁ ଏହାକୁ ନେଇ ବହୁତ ସକରାତ୍ମକ ପ୍ରତିକ୍ରିୟା ମିଳିଛି। ଏହି ଘଟଣା ବିଶ୍ୱ ରାଜନୀତିର ପ୍ରଭାବ ସ୍ଥାନୀୟ ସାଂସ୍କୃତିକ ଅଭ୍ୟାସ ଉପରେ କିପରି ପଡ଼ୁଛି ତାହା ସମସ୍ତଙ୍କ ସାମ୍ନାକୁ ଆଣିଛି।

ପୂର୍ବରୁ ୨୦୧୮ ମସିହାରେ ତେଲଙ୍ଗାନାର ଜଣେ କୃଷକ ଉଭୟ ଦେଶମଧ୍ୟରେ ଭଲ ସମ୍ପର୍କ ସୃଷ୍ଟି କରିବା ପାଇଁ ଟ୍ରମ୍ପଙ୍କ ନାମରେ ଏକ ମନ୍ଦିର ନିର୍ମାଣ କରିଥିଲେ। ଯାହା ଭାରତୀୟ ସାଂସ୍କୃତିକ ପ୍ରସଙ୍ଗରେ ଟ୍ରମ୍ପଙ୍କ ଚରିତ୍ରରର ଅନ୍ୟ ଏକ ଉଦାହରଣ। ତେବେ ଟ୍ରମ୍ପଙ୍କ ଟାରିଫ୍ ମାଡ, H1-B ଭିସା ରଦ୍ଦ ଓ ଅନ୍ୟ ଭାରତ ବିରୋଧି ମନ୍ତବ୍ୟ ପାଇଁ ଭାରତୀୟ ଜନତାମାନେ ଏବେ ଟ୍ରମ୍ପଙ୍କୁ ବିରୋଧ କରିବା ଆରକମ୍ଭ କରିଦେଇଛନ୍ତି।