ନୂଆଦିଲ୍ଲୀ,୦୭/୧୧; ରାଷ୍ଟ୍ର ଆରାଧନା ଓ ଦେଶପ୍ରୀତିର ଗାଥା କହୁଥିବା ଜାତୀୟ ସଙ୍ଗୀତ 'ବନ୍ଦେ ମାତରମ୍'କୁ ୧୫୦ ବର୍ଷ ପୂରିଛି । ୧୮୭୬ଠାରୁ ଭାରତୀୟଙ୍କ ମଧ୍ୟରେ 'ବନ୍ଦେ ମାତରମ୍' ଦେଶପ୍ରେମ ଓ ଜାତୀୟ ଚେତନା ସୃଷ୍ଟି କରି ଆସୁଛି । 'ବନ୍ଦେ ମାତରମ୍'କୁ ୧୫୦ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବ ପାଳୁଛି ଭାରତ । ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇନ୍ଦୋର ଷ୍ଟାଡିୟମରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନଭେମ୍ବର ୭ ତାରିଖ ଆମ ପାଇଁ ଐତିହାସିକ । ଆଜି ଆମେ 'ବନ୍ଦେ ମାତରମ୍'ର ୧୫୦ ବର୍ଷର ମହାଉତ୍ସବ ପାଳନ କରୁଛେ । ଏହି ପୂଣ୍ୟ ଅବସର ଆମକୁ ନୂଆ ପ୍ରେରଣା ଦେବ । କୋଟି କୋଟି ଦେଶବାସୀଙ୍କୁ ନୂଆ ଉର୍ଜାରେ ଭରି ଦେବ । ଜାତୀୟ ସଙ୍ଗୀତ ଗାନ କରିବା ସହିତ ସମ୍ବୋଧନରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି, '' 'ବନ୍ଦେ ମାତରମ୍'ର ମୂଳ ଭାବ ହେଉଛି ଭାରତ, ମା' ଭାରତୀ । ଭାରତର ଶାସ୍ୱତ୍ତ ସଂକଳ୍ପ ଏକ ରାଷ୍ଟ୍ର ରୂପରେ ଯୁଗ ଯୁଗରେ ଅଲଗା ଅଲଗା ରାଷ୍ଟ୍ରର ନିର୍ମାଣ, ନୂଆ ସଭ୍ୟତାର ବିକାଶ, ଶୂନ୍ୟରୁ ଶିଖର ଯାଏ ଯାତ୍ରାର ଇତିହାସରେ ଦୁନିଆରେ ବଦଳୁଥିବା ଭୂଗୋଳ ଭାରତ ସବୁ କିଛି ଦେଖିଛି । ଭାରତର ଧାରଣା ହେଉଛି, ଏହାର ପଛରେ ଥିବା ଆଦର୍ଶଗତ ଶକ୍ତି । ସ୍ୱାଧୀନ ଅସ୍ତିତ୍ୱର ଭାବନା । ହୃଦୟର ଗଭୀରତା ଏବଂ ଭାବନାର ଅସୀମତାରୁ "ବନ୍ଦେ ମାତରମ୍" ଭଳି ଏକ ରଚନା ଉଭା ହୁଏ । ଦାସତ୍ୱର ସମୟରେ, "ବନ୍ଦେ ମାତରମ୍" ଏହି ସଂକଳ୍ପର ଘୋଷଣା ହୋଇଗଲା । ସେହି ଘୋଷଣା ଭାରତର ସ୍ୱାଧୀନତାର ଥିଲା । ଭାରତମାତାଙ୍କ ହାତରେ ଦାସତ୍ୱର ଶୃଙ୍ଖଳ ଭାଙ୍ଗିଯିବ । ତାଙ୍କ ସନ୍ତାନମାନେ ସେମାନଙ୍କର ଭାଗ୍ୟର ଭାଗ୍ୟ ବିଧାତା ନିର୍ମାତା ହେବେ ।''
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, '' ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଥରେ କହିଥିଲେ ଯେ, ବଙ୍କିମ ଚନ୍ଦ୍ରଙ୍କ 'ଆନନ୍ଦମଠ' କେବଳ ଏକ ଉପନ୍ୟାସ ନୁହେଁ। ଏହା ଏକ ସ୍ୱାଧୀନ ଭାରତର ସ୍ୱପ୍ନ । ବଙ୍କିମ ବାବୁଙ୍କ ଦ୍ୱାରା ଲିଖିତ ପ୍ରତ୍ୟେକ ଶବ୍ଦର ଗଭୀର ଅର୍ଥ ଥିଲା । ଏହି ଗୀତଟି ଦାସତ୍ୱ ସମୟରେ ସୃଷ୍ଟି ହୋଇଥିଲା, କିନ୍ତୁ ଏହା କେବଳ ସେହି ସମୟରେ ସୀମିତ ନୁହେଁ । "ବନ୍ଦେ ଭାରତ" ଗୀତ ପ୍ରତ୍ୟେକ ଯୁଗରେ ପ୍ରାସଙ୍ଗିକ । କିଛି ଶତାବ୍ଦୀ ପୂର୍ବରୁ ବିଶ୍ୱ GDPର ଏକ ଚତୁର୍ଥାଂଶ ଅଂଶ ଭାରତ ପାଖରେ ଥିଲା । ଯେତେବେଳେ ବଙ୍କିମ ବାବୁ "ବନ୍ଦେ ମାତରମ୍" ରଚନା କରିଥିଲେ, ସେତେବେଳେ ଭାରତ ତା'ର ସୁବର୍ଣ୍ଣ ଯୁଗରୁ ବହୁତ ଦୂରରେ ଥିଲା । ବିଦେଶୀ ଆକ୍ରମଣକାରୀ, ସେମାନଙ୍କର ଆକ୍ରମଣ ଏବଂ ବ୍ରିଟିଶଙ୍କ ଶୋଷଣ ନୀତି ଆମ ଦେଶକୁ ଦାରିଦ୍ର୍ୟ ଏବଂ ଅନାହାର କବଳରେ ପକାଇ ଦେଇଥିଲା । ସେହି ଭୟଙ୍କର ପରିସ୍ଥିତିରେ ମଧ୍ୟ, ବଙ୍କିମ ବାବୁ ଏକ ସମୃଦ୍ଧ ଭାରତ ପାଇଁ ଆହ୍ୱାନ ଦେଇଥିଲେ । କାରଣ ସେ ବିଶ୍ୱାସ କରୁଥିଲେ ଯେ, ଯେତେ ଅସୁବିଧା ହେଉନା କାହିଁକି, ଭାରତ ତା'ର ସୁବର୍ଣ୍ଣ ଯୁଗକୁ ପୁନର୍ଜୀବିତ କରିପାରିବ । ସେଥିପାଇଁ ସେ "ବନ୍ଦେ ମାତରମ୍" ପାଇଁ ଆହ୍ୱାନ ଦେଇଥିଲେ । ସେହି ଦାସତ୍ୱର ସମୟରେ, ବ୍ରିଟିଶମାନେ ଭାରତକୁ ହୀନ ଏବଂ ପଛୁଆ ଭାବରେ ଚିତ୍ରଣ କରି ସେମାନଙ୍କର ଶାସନକୁ ଯଥାର୍ଥ କରିଥିଲେ । ପ୍ରଥମ ପଂକ୍ତି (ସୁଜଲାମ୍, ସୁଫଲାମ୍) ସେହି ପ୍ରଚାରକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଥିଲା । "ବନ୍ଦେ ମାତରମ୍" କେବଳ ସ୍ୱାଧୀନତାର ଗୀତ ହୋଇନଥିଲା, ବରଂ ଏକ ସ୍ୱାଧୀନ ଭାରତ କିପରି ହେବ ତାହାର ସେହି ସମୃଦ୍ଧ, ଫଳପ୍ରଦ ସ୍ୱପ୍ନ ମଧ୍ୟ ଉପସ୍ଥାପନ କରିଥିଲା । ଭାରତ ମାଟିରେ ସୁନା ଫଳାଇବା ଶକ୍ତି ଅଛି । ''
#WATCH | Delhi | PM Modi participates in the Mass Singing of the full version of 'Vande Mataram' at the Indira Gandhi Indoor Stadium, in an event commemorating 150 years of the National Song 'Vande Mataram'.
— ANI (@ANI) November 7, 2025
The Prime Minister will also release a Commemorative Stamp and Coin on… pic.twitter.com/Ra5vkVp4D3
ଏହି ଦିନକୁ ଇତିହାସ ତାରିଖରେ ଅଙ୍କିତ କରିବାକୁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଡାକ ଟିକଟ୍ ଏବଂ ସ୍ୱତ୍ବନ୍ତ୍ର କଏନ୍ ସ୍ମାରକୀ ଉନ୍ମୋଚିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।