ଜୟପୁର,୨୪।୧୦: ପାଞ୍ଚ ମାସର ବକେୟା ଦରମା ଦାବିରେ ଧାରଣା । ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିକ୍ରମଦେବ ବିଶ୍ବବିଦ୍ୟାଳୟ ଅତିଥି ଅଧ୍ୟାପକ । ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ବର୍ଦ୍ଧିତ ଦରମା, ପ୍ରତି ମାସରେ ନିୟମିତ ପୈଠ, ବିଶ୍ବବିଦ୍ୟାଳୟ କର୍ତ୍ତୄପକ୍ଷଙ୍କ ମନମାନୀ ଏବଂ ନିର୍ଯାତନା ବନ୍ଦ ନେଇ ଦାବି ହୋଇଛି । ଅନ୍ୟପଟେ ବିଶ୍ବ ବିଦ୍ୟାଳୟର କୁଳପତି ଏବଂ ରେଜିଷ୍ଟ୍ରାର ପ୍ରମୁଖ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରଛନ୍ତି । ସେପଟେ ଆନ୍ଦୋଳନ ଦ୍ବାରା ପରୀକ୍ଷା ପ୍ରଭାବିତ ହେବନି ବୋଲି ଅଧ୍ୟାପକମାନେ କହିଛନ୍ତି ।