ନୂଆଦିଲ୍ଲୀ,୧୦/୧୦: ଆଗାମୀ  ମହିଳା ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ୍‌) ର ମେଗା ନିଲାମ ପାଇଁ ନିୟମାବଳୀ  ଘୋଷଣା କରାଯାଇଛି । ଆସନ୍ତା  ମାସ ୨୫ରୁ ୨୯ ତାରିଖ ମଧ୍ୟରେ  ମେଗା ନିଲାମ ପାଇଁ ସମୟ ଧାର୍ଯ୍ୟ  କରାଯାଇଛି । ଏହା ପୂର୍ବରୁ ୫ତାରିଖ  ସୁଦ୍ଧା ଫ୍ରାଞ୍ଚାଇଜମାନେ ଚୂଡ଼ାନ୍ତ ଖେଳାଳି  ରିଟେନ ତାଲିକା ପ୍ରଦାନ କରିବେ । ୧୮ ତାରିଖ ନିଲାମ ପାଇଁ ଖେଳାଳିଙ୍କ  ପଞ୍ଜୀକରଣ ଶେଷ ହେବ । ଏହାପରେ  ବିସିସିଆଇ ୨୦ ତାରିଖରେ ସମ୍ପୂର୍ଣ୍ଣ  ନିଲାମ ତାଲିକା ଘୋଷଣା କରିବ । ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ଅତି  ବେଶୀରେ ୫ଜଣ ଖେଳାଳିଙ୍କୁ ରିଟେନ  କରିପାରିବେ । ଏଥିରେ ୩ଜଣ  ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିଥିବା ଭାରତୀୟ ଖେଳାଳି ରହିବେ ।  ସେହିପରି ୨ଜଣ ବିଦେଶୀ ଖେଳାଳି  କିମ୍ବା ୨ଜଣ ଘରୋଇ ଖେଳାଳି  ରହିବେ ।

ଯଦି କୌଣସ ଫ୍ରାଞ୍ଚାଇଜ୍‌  ୫ଜଣ ଖେଳାଳି ରିଟେନ କରନ୍ତି,  ତେବେ ଏଥିରେ ଜଣେ ଘରୋଇ  ଖେଳାଳି ରହିବା ବାଧ୍ୟତାମୂଳକ ।  ନିଲାମରେ ଖେଳାଳି କିଣିବା ପାଇଁ ପ୍ରତ୍ୟେକ ଫ୍ରାଞ୍ଚାଇଜ ସର୍ବାଧିକ ୧୫କୋଟି ଟଙ୍କା ଖର୍ଚ୍ଚ କରି ପାରିବେ ।  କୌଣସି ଫ୍ରାଞ୍ଚାଇଜ ସର୍ବାଧିକ ୫ଜଣ  ଖେଳାଳି ରିଟେନ କଲେ ସେମାନଙ୍କ ପର୍ସରୁ ୯.୨୫ କୋଟି ଟଙ୍କା କାଟ୍‌  କରାଯିବ ।

ସେହିପରି ୪ଖେଳାଳି  ରିଟେନ କଲେ ୮.୭୫ କୋଟି ଟଙ୍କା,  ୩ ଖେଳାଳିଙ୍କ ପାଇଁ ୭.୭୫କୋଟି  ଟଙ୍କା, ୨ ଖେଳାଳିଙ୍କ ପାଇଁ ୬କୋଟି  ଓ ଜଣେ ଖେଳାଳି ରିଟେନ କଲେ  ୩.୫କୋଟି ଟଙ୍କା କାଟ କରାଯିବ ।  ୫ଜଣ ଖେଳାଳି ରିଟେନ  କରାଗଲେ ପ୍ରଥମ ଖେଳାିଙ୍କ  ମୂଲ୍ୟ ୩.୫ କୋଟି ଟଙ୍କା, ଦ୍ୱିତୀୟ  ଖେଳାଳିଙ୍କ ମୂଲ୍ୟ ୨.୫କୋଟି ଟଙ୍କା,  ତୃତୀୟ ଖେଳାଳିଙ୍କ ମୂଲ୍ୟ ୧.୭୫  କୋଟି, ଚତୁର୍ଥ ଖେଳାଳିଙ୍କ ମୂଲ୍ୟ ୧  କୋଟି ଓ ପଞ୍ଚମ ଖେଳାଳିଙ୍କ ମୂଲ୍ୟ ୫୦ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ନିଲାମରେ ପ୍ରତ୍ୟେକ  ଫ୍ରାଞ୍ଚାଇଜ୍‌ଙ୍କୁ ୫ଟି ଲେଖାଏଁ  ଆରଟିଏମ(ରାଇଟ ଟୁ ମ୍ୟାଚ)  କାର୍ଡ ଉପଯୋଗ କରିବାର ସୁଯୋଗ  ରହିଛି । ଫଳରେ ଏହି କାର୍ଡ ବଳରେ  ଉକ୍ତ ଫ୍ରାଞ୍ଚାଇଜ୍‌ ସେମାନଙ୍କ ପୂର୍ବ  ଖେଳାଳିଙ୍କୁ ଫେରାଇ ଆଣି ପାରିବେ ।  ମାତ୍ର ୫ଜଣ ଖେଳାଳି ରିଟେନ  କଲେ ଉକ୍ତ ଫ୍ରାଞ୍ଚାଇଜ୍‌ ଆରଟିଏମ  କାର୍ଡ ବ୍ୟବହାର କରିପାରିବେ ନାହିଁ ।