ନୂଆଦିଲ୍ଲୀ,୦୫/୧୦: ସୁପର ସନ୍ଡେରେ ହାଇଭୋଲ୍ଟଜ ମୁକାବିଲା । ମହିଳା ଦିନିକିଆ ବିଶ୍ୱକପରେ ଆରମ୍ଭ ହୋଇଛି ଭାରତ ପାକିସ୍ତାନ ଲଢେଇ । ଲଗାତାର ଚତୁର୍ଥ ଥର ପାଇଁ ଦୁଇଦେଶ ପରସ୍ପରକୁ ଭେଟିଛନ୍ତି । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ପାକିସ୍ତାନ । ଦେଖିବାକୁ ମିଳିଛି ନୋ-ହ୍ୟାଣ୍ଡସେକ୍ ପାର୍ଟ-୪ । ଟସ୍ ପରେ ଦୁଇ କ୍ୟାପଟେନ୍ ପରସ୍ପର ସହ ହ୍ୟାଣ୍ଡସେକ୍ କଲେନି । ଏସିଆ କପରେ କ୍ୟାପ୍ଟେନ ସୂର୍ଯ୍ୟଙ୍କ ପରି ପାକିସ୍ତାନ ଅଧିନାୟିକଙ୍କ ସହ ହାତ ମିଳାଇନାହାନ୍ତି ହର୍ମନପ୍ରୀତ କୌର । ଭାରତୀୟ ପୁରୁଷ କ୍ରିକେଟ ଟିମ୍ ରାସ୍ତାରେ ମହିଳା ଟିମ୍ । ଭାରତ ତାର ଚୂଡାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି । ଅମନଜୋତଙ୍କ ସ୍ଥାନରେ ରେଣୁକା ସିଂଙ୍କୁ ପ୍ଲେଇଙ୍ଗ୍ ଇଲେଭେନ୍ରେ ସୁଯୋଗ ମିଳିଛି । ପାକିସ୍ତାନ ମଧ୍ୟ ତାର ଏକାଦଶରେ ପରିବର୍ତ୍ତନ କରିଛି । ଓମାଇମା ସୋହେଲଙ୍କ ସ୍ଥାନରେ ଏସ ସାମାସଙ୍କୁ ସ୍ଥାନ ମିଳିଛି ।
🚨 Toss & Playing XI 🚨#TeamIndia have been put in to bat first in Colombo 👍
— BCCI Women (@BCCIWomen) October 5, 2025
One change as Renuka Singh Thakur comes in 🙌
Updates ▶️ https://t.co/9BNvQl3J59#WomenInBlue | #CWC25 pic.twitter.com/96HPbFaoig
ଆଇସିସି ଦିନିକିଆ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ ବିଜୟୁ ଅଭିଯାନ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ । ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାଙ୍କୁ ୫୯ରନ୍ ହରାଇଥିଲା । ଆଜି ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀକୁ ହରାଇ ଦ୍ବିତୀୟ ବିଜୟ ଲକ୍ଷ୍ୟରେ ରହିଛି ଟିମ୍ ହର୍ମନପ୍ରୀତ । ସେହପରି ପାକିସ୍ତାନର ଆରମ୍ଭ ଭଲ ରହିନାହିଁ । ପ୍ରଥମ ମ୍ୟାଚରେ ବାଂଲାଦେଶଠୁ ୭ ୱିକେଟରେ ପରାସ୍ତ ହୋଇଥିଲା । ଭାରତ ପଏଣ୍ଟ ଟେବୁଲରେ ୨ ଅଙ୍କ ସହିତ ଚତୁର୍ଥ ସ୍ଥାନରେ ରହିଛି । ପାକିସ୍ତାନ ଷଷ୍ଠ ସ୍ଥାନରେ ରହିଛି । ଭାରତ-ପାକିସ୍ତାନ ପରସ୍ପରକୁ ୧୧ ଥର ଭେଟିଛନ୍ତି । ଭାରତ ସବୁ ମ୍ୟାଚ ଜିତିଛି । ଏସିଆ କପ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିଲା ପୁରୁଷ ଭାରତୀୟ କ୍ରିକେଟ ଟିମ୍ ।
ଭାରତୀୟ ଚୂଡାନ୍ତ ଏକାଦଶ- ସ୍ମୃତି ମାନ୍ଧାନା, ପ୍ରତିକା ରାୱଲ, ହର୍ଲିନ ଦେୱଲ, ହର୍ମନପ୍ରୀତ କୌର (ଅଧିନାୟିକା), ଜେମିମା ରୋଡ୍ରିଗ୍ସ, ରିଚା ଘୋଷ, ଦିପ୍ତୀ ଶର୍ମା, ସ୍ନେହ ରଣା, ଶ୍ରୀଚରଣୀ, କାନ୍ତି ଗୌଡ଼, ରେଣୁକା ସିଂ ଠାକୁର ।
ପାକିସ୍ତାନ ଚୂଡାନ୍ତ ଏକାଦଶ- ମୁନିବା ଅଲି, ଏସ. ସାମାସ, ସିଦ୍ରା ଅମିନ, ଆଲିୟା ରିୟାଜ, ନାତାଲିୟା ପରଭେଜ, ଫାତିମା ସାନା (ଅଧିନାୟିକା), ରମିଣ ଶମିମ, ଡାଏନା ବେଗ, ସିଦ୍ରା ନୱାଜ, ନସ୍ରା ସାନ୍ଧୁ, ସାଦିଆ ଇକବାଲ ।