କୋଲାବିରା, ୨୪/୦୯: କୋଲାବିରା ଥାନା ଅନ୍ତର୍ଗତ କେଲଡ଼ାମାଳ ଗ୍ରାମପଞ୍ଚାୟତ ସଦର ଗ୍ରାମର ସୁବ୍ରତ ନାଏକ(୫୪)ଙ୍କ ପୋଖରୀ ପାଣିରେ ବୁଡି ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସେଭେନ୍ ଷ୍ଟାର କାରଖାନାରୁ ଡ୍ୟୁଟି ସାରି ଆଜି ଅପରାହ୍ନ ୨ ଟାରେ କେଲଡ଼ାମାଳ ପଞ୍ଚାୟତ କାର୍ଯ୍ୟାଳୟ ପାଖ ନିଜ ପୋଖରୀରେ ଗାଧୋଇବା ବେଳେ ପାଣିରେ ଖସିଯାଇ ବୁଡିଯାଇଥିବା ଅଭିଯୋଗ ହୋଇଛି ।
ଖବର ପାଇ ଗ୍ରାମବାସୀ କୋଲାବିରା ଦମକଳ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ପ୍ରାୟ ୧ ଘଣ୍ଟା ପରେ ମୃତ ଦେହ ଉଦ୍ଧାର କରିଥିଲେ। ଖବର ପାଇ ଘଟଣାସ୍ଥଳରେ କୋଲାବୀରା ପୋଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବଦ କରି ପୋଷ୍ଟମାଟମ ପାଇଁ ପଠାଇଥିବା ଜଣାପଡିଛି।