ବଲାଙ୍ଗିର,୧୫/୧୦ : ବଲାଙ୍ଗୀର ଜିଲ୍ଲା ଦେଓଗାଁ ଜାତୀୟ ରାଜପଥ ୨୬ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦେଓଗାଁ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜାଳି ଦେଇଛନ୍ତି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ।

ଘଟଣାସ୍ଥଳରେ ଦେଓଗାଁ ପୁଲିସ ଉପସ୍ଥିତ ରହି ଲୋକଙ୍କୁ ପୁଲିସ ବୁଝାସୁଝା କରୁଛି। ଟ୍ରକ୍ ଧକ୍କାରେ ବ୍ୟକ୍ତିର ମୁଣ୍ଡ ଓ ଗଣ୍ଡି ଅଲଗା ହୋଇ ପଡ଼ି ରହିଛି। ଏପରିକି ଟ୍ରକଟି ଯୁବକକୁ ଅଧ କିଲୋମିଟର ଘୋଷାଡ଼ି ନେଇଥିବା ଜଣାପଡ଼ିଛି ।