କଟକ ସଦର ,୨୧/୧୦: ନିଶାମୁକ୍ତି କେନ୍ଦ୍ରରେ ଯୁବକଙ୍କୁ ହତ୍ୟା ଅଭିଯୋଗ। ଯୁବକଙ୍କୁ ପିଟି ପିଟି ଅନ୍ତେବାସୀ ମାରିଥିବା ଅଭିଯୋଗ ହୋଇଛି । କଟକ ସଦର ଥାନା ଉତ୍ତମାପୁର ଗ୍ରାମରୁ ଏହି ଘଟଣା ସାମ୍ନାକୁ ଆସିଛି। ମୃତ ଯୁବକ ଜଣକ ଜଟଣୀ ରାଜବଜାର ଅଞ୍ଚଳର ରବୀନ୍ଦ୍ର ଦାସଙ୍କ ପୁଅ ସୌମ୍ୟରଂଜନ ଦାସ ବୋଲି ଜଣାପଡ଼ିଛି। ଏହି ଘଟଣାରେ ୪ ଅନ୍ତେବାସୀଙ୍କୁ ଅଟକ ରଖିଛି ପୁଲିସ ।
ସୂଚନା ମୁତାବକ,ଗତ ଦୁଇ ମାସ ପୂର୍ବରୁ ସୌମ୍ୟରଂଜନ ଉକ୍ତ ନିଶାମୁକ୍ତି କେନ୍ଦ୍ରକୁ ଆସିଥିଲେ। ସେଠାରେ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ହେଲେ ଗତକାଲି ଦୀପାବଳି ରାତିରେ କେନ୍ଦ୍ରରେ ଥିବା ଅନ୍ତେବାସୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏଥିରେ ଏକାଧିକ ଯୁବକ ମାରପିଟ ହୋଇଥିଲେ। ଆଉ ଆଜି ସକାଳୁ କେନ୍ଦ୍ରର କର୍ମଚାରୀ ସୌମ୍ୟରଂଜନକୁ ମୃତ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ୪ ଜଣ ଅନ୍ତେବାସୀଙ୍କୁ ଅଟକ ରଖିଛି। ତେବେ ତଦନ୍ତ ପରେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପଭ୭ରୁ ସୂଚନା ମିଳିଛି।