ମାଲକାନଗିରି,୧୧/୧୦(ଆପ୍ର ) : ବିଭିନ୍ନ ସମସ୍ୟା ନେଇ ପଡିଆରୁ ସୁଦୂର ପୁରୀକୁ ପଦଯାତ୍ରାରେ ବାହାରିଛନ୍ତି ଜଣେ ଯୁବକ। ସେ ଶନିବାର ମାଲକାନଗିରି ସହରରେ ପହଁଚିବା ପରେ ତାଙ୍କୁ ଭଵ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ତାଙ୍କ ଦ୍ୱାରା ଏକ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି।
ମାଲକାନଗିରି ଜିଲ୍ଲାର ପଡିଆ ବ୍ଲକସ୍ଥ ରାମ ମନ୍ଦିର ପରିସରରେ ଆଗାମୀ ଟ୍ରଷ୍ଟ ଦ୍ୱାରା ବିଭିନ୍ନ ସମସ୍ୟା ନେଇ ରାଜ୍ୟସ୍ତରୀୟ ପଦଯାତ୍ରା ଗତ ୯ ତାରିଖ ଠାରୁ ଆରମ୍ଭ କରିଛନ୍ତି ଯୁବକ ବିମଲ ଚନ୍ଦ୍ର ମଲ୍ଲିକ। ସେ ମାଲକାନଗିରି ଜିଲ୍ଲା ପଡିଆ ଅଞ୍ଚଳରୁ ବାହାରି ପଦଯାତ୍ରାରେ ୩୦ଟି ଜିଲ୍ଲା ଏବଂ ୩୧୪ଟି ବ୍ଲକ୍ ଅତିକ୍ରମ କରିବେ। ଶେଷରେ ପୁରୀ ଜିଲ୍ଲା ପୁରୀ ସଦର ବ୍ଲକରେ ଏହା ଶେଷ ହେବ ବୋଲି ଆଗାମୀ ଟ୍ରଷ୍ଟ ସଂସ୍ଥାପକ ବିମଲ ଚନ୍ଦ୍ର ମଲ୍ଲିକ ପ୍ରକାଶ କରିଛନ୍ତି। ଏହି ପଦଯାତ୍ରାକୁ ଆତ୍ମଶକ୍ତି ଟ୍ରଷ୍ଟ, ଓଡିଶା ମହିଳା ଶ୍ରମଜୀବୀ ମଞ୍ଚ, ଓଡିଶା ଶ୍ରମଜୀବୀ ମଞ୍ଚ, ଏମଡିଡିପିପିଏ ଓ ଜିଲ୍ଲା ସ୍ତରୀୟ ଅନେକ ସାମାଜିକ ସଂଗଠନ, ସାମାଜିକ କର୍ମୀମାନେ ସହଯୋଗ କରିଛନ୍ତି।
ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ କ ହେଲା ଯୁବ ଶକ୍ତି ସଜାଗତା, ନୀତିମୂଲ୍ୟ ଭିତ୍ତିକ ସମାଜ ଗଠନ, ରୋଜଗାର ସଚେତନତା,ଜୈବିକ କୃଷି ପ୍ରଚାର,ରକ୍ତ ଦାନ ଜାଗୃତି , ପରିବେଶ ସୁରକ୍ଷା ।ଏହି ପଦଯାତ୍ରା ସହିତ ଏକ ନୂଆ ପ୍ରୟାସ ହେଉଛି ଗ୍ରାମ ଓ ବ୍ଲକ୍ ଯୁବ ମାନଙ୍କ ପାଇଁ ଅର୍ଥନୈତିକ ସ୍ୱାବଲମ୍ବନର ସୁଯୋଗ ସୃଷ୍ଟି କରିବା l
ମାଲକାନଗିରି ସହର ରେ ଏହି ପଦଯାତ୍ରୀ ପହଁଚିବା ପରେ ଆଓମା’ ଗୁରୁକୂଳ ପରିସରରେ ବିଭିନ୍ନ ଅନୁଷ୍ଠାନ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ସୁରେନ୍ଦ୍ର କୁମାର ପାଢ଼ୀ, ଶିକ୍ଷାବିତ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଆଓମା’ ଗୁରୁକୁଳ ସଭାପତି ସମାଜ ସେବୀ ରତ୍ନାକର ଦାଶ,ରାମକୃଷ୍ଣ ଚୌଧୁରୀ, ଆଓମା ଗୁରୁକୁଳ ର ପ୍ରତିଷ୍ଠାତା ବିନାଶ କୁମାର ମିଶ୍ର, ସମାଜ ସେବୀ ବିଦ୍ୟୁଲତା ପାତ୍ର, ସମାଜସେବୀ କେ.ଦେଶୀ ରାଜୁ ଆଚାରୀ, ମା’ ଘର ସଭାନେତ୍ରୀ ପ୍ରଶାନ୍ତିଲତା ବିଶୋଇ, ଶ୍ରମଜୀବୀ ସଂଗଠନର ବଟକୃଷ୍ଣ ସାହୁ ସମେତ ଶତାଧିକ ପୁରୁଷ ଓ ଏସଏଚଜି ସଦସ୍ୟା ଯୋଗ ଦେଇ ପଦଯାତ୍ରା କାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି କାଯ୍ୟକ୍ରମରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଦକ୍ଷତା ଭିତ୍ତିକ ଓ ସଫଳତା ପାଇଁ ସମ୍ମାନୀତ କରାଯିବା ସହିତ ପ୍ରତିଭା ସମ୍ମାନର ମାନପତ୍ର ପ୍ରଦାନ କରା ଯାଇଥିଲା।ସମସ୍ତ ଅତିଥିମାନେ ଏହି ଅବସରରେ ଆଓମା ଗୁରୁକୁଳ ପରିସରରେ ବିଭିନ୍ନ ଔଷଧୀୟ ଓ ଫଳ ଚାରାରୋପଣ କରାଯାଇଥିଲା।
ଏହି ପଦଯାତ୍ରାରେ ମହିଳା ଶ୍ରମଜୀବୀ ସଂଗଠନ ଓ ଶ୍ରମଜୀବୀ ସଂଗଠନ, ମାଲକାନଗିରି ର ସଦସ୍ୟା ସଦସ୍ୟ ରାମ ବଡ଼ନାୟକ, ମୁକୁନ୍ଦ ମାଡ଼କାମୀ, ତ୍ରିନାଥ ବଡ଼ନାୟକ, ଶ୍ରୀନୁ ସେଲବମ, ଶୂକ୍ରା ଗୁରୁତେଲି, ଜିତେନ୍ଦ୍ର ଖିଲ, କୃଷ୍ଣ ସିସା, ସନ୍ତୁର ମାଢି, ସାଲିନା ପାଙ୍ଗି, ମୁକୁନ୍ଦ ମାଝୀ, ଚମ୍ପା ଗଠନ, ଶୁଭଶ୍ରୀ ମାଢି, ଅନିତା ପୁନେମ, ସୋମନାଥ ମାଡ଼କାମୀ, ଚିତ୍ତରଞ୍ଜନ ସାହୁ ଓ ସ୍ଥାନୀୟ ମହିଳା, ଯୁବପିଢ଼ି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତାର ସହିତ ପରିଚାଳନା କରିଥିଲେ l