​​​​​​​ମାଲକାନଗିରି, ୨/୯(ଆପ୍ର ). ସାବେରୀ ନଦୀରୁ ଉଦ୍ଧାର ହୋଇଥିବା  ଇର୍ମା ସୋଡି  ସୁକମାରେ ଚିକିତ୍ସିତ  ହୋଇ ଘରକୁ ଫେରିଛନ୍ତି। ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ଦେଖିବା ପରେ ଗାଁରେ ଖୁସିର ଲହରୀ ଖେଳି ଯାଇଛି। ଇମାଙ୍କୁ ଗ୍ରାମବାସୀ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।   

ମାଲକାନଗିରି ଜିଲ୍ଲା ମାଟାପେକା ପଞ୍ଚାୟତ କତାମାଟେରୁ ଗ୍ରାମର ଇର୍ମା ସୋଡି ରବିବାର ସନ୍ଧ୍ୟାରେ ପଡୋଶୀ ସୁକୁମା ଜିଲ୍ଲାରୁ ଫେରୁ ଥିବା ବେଳେ ଉଛୁଳା ସାବେରୀ ନଦୀ ମଝିରେ ଡଙ୍ଗା ବୁଡି ଯାଇଥିଲା।  ଜୀବନ ବଞ୍ଚାଇବା ପାଇଁ ନଦୀ ମଝି ଟାପୁ ରେ ଥିବା ଗଛ ଡାଳ କୁ ଧରି ଦୀର୍ଘ ୨୦ ଘଣ୍ଟା ଧରି ଅଟକି ରହିଥିଲେ। ମାଲକାନଗିରି ବିଧାୟକ ନରସିଂହ ମାଡ଼କାମିଙ୍କ ଉଦ୍ୟମ ରେ ସୁକୁମା ଏସପି ଙ୍କ ନିର୍ଦ୍ଦେଶ କ୍ରମେ ସିଆରପିଏଫ କ୍ୟାମ୍ପ ରୁ ସ୍ୱତନ୍ତ୍ର ହେଲିକେପ୍ଟର ଆସି ନଦୀ ମଝିରୁ ଇର୍ମା ଙ୍କୁ ସୋମବାର ଅପରାହ୍ନ ରେ ଉଦ୍ଧାର କରିଥିଲେ। ତେଣୁ ଇର୍ମାଙ୍କ ନିକଟରେ ଠିକ ସମୟ ରେ ଦେବ ଦୂତ ଭଳି ସିଆରପିଏଫ ଯବାନ ମାନେ ପହଁଚି ଉଦ୍ଧାର କରିଥିବାରୁ ଆସନ୍ନ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି ସେ ପୂର୍ଣ୍ଣର ଜନ୍ମ ପାଇ ନିଜ ଘରକୁ ଫେରି ଆସିଥିବା ରୁ ଇର୍ମ ଙ୍କ ପରିବାର ଓ ଗ୍ରାମ ବାସୀଙ୍କ ମନରେ ଖୁସିର ଲହରି ଖେଳି ଯାଇଛି। ସ୍ତ୍ରୀ ଓ ପିଲାମାନେ ଇର୍ମା ଙ୍କୁ ଫୁଲ ଚନ୍ଦନ ଲଗାଇ ଧୂପ ଦୀପ ରେ ବନ୍ଦାଇ ଘର ଭିତରକୁ ନେଇ ଯାଇଥିଲେ। ଇର୍ମାଙ୍କ ପୁର୍ନ ଜନ୍ମ ପାଇଁ ବିଧାୟକ ଶ୍ରୀ ମାଡକାମୀ, ସୁକୁମା ଏସପି, ସିଆରପିଏଫ ଯବାନଙ୍କୁ ପରିବାର ଲୋକେ ଧନ୍ୟବାଦ ଜଣାଇଛନ୍ତି।