ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

କାର୍ତ୍ତିକ ପୂର୍ଣ୍ଣମୀରେ ଅଘଟଣ, ପୋଖରୀରେ ବୁଡ଼ିଯାଇ ୧୨ ବର୍ଷର ନାବାଳିକା ମୃତ

Published By : Harapriya Sethi | November 15, 2024 2:04 PM

ମାଲକାନଗିରି,୧୫/୧୧:କାର୍ତ୍ତିକ ପୂର୍ଣ୍ଣମୀରେ ପୋଖରୀରେ ବୁଡ଼ିଯାଇ ଜଣେ ୧୨ ବର୍ଷର ନାବାଳିକାର ମୃତ୍ୟୁ ଘଟିଛି । ମୃତ ନାବାଳିକା ଚମ୍ପାନଗର ଗ୍ରାମର ୧୨ବର୍ଷର ନାବାଳିକା ସାବିତ୍ରୀ ହନ୍ତାଳ ବୋଲି ଜଣାପଡିଛି । ମାଲକାନଗିରି ଜିଲ୍ଲା ଚାଲାଣଗୁଡା ପଞ୍ଚାୟତ ଚମ୍ପାନଗର ଗ୍ରାମରେ ଏପରି ଦୁଃଖଦ ଘଟଣା ଘଟିଛି ।  

ସୂଚନା ମୁତାବକ, ଶୁକ୍ରବାର ଭୋରୁ ଗ୍ରାମବାସୀମାନେ ନିକଟସ୍ଥ ରକ ବଡ଼ ପୋଖରୀରେ ଡଙ୍ଗା ଭସାଇ ଘରକୁ ପଳାଇଥିଲେ । ଡଙ୍ଗାରେ ରଖା ଯାଇ ଭସା ଯାଇଥିବା ଟଙ୍କିକିଆ ଓ ଦୁଇଟିଙ୍କିଆ କଏନ୍ ଆଣିବା ପାଇଁ କିଛି ଛୋଟ ପିଲାଙ୍କ ସହିତ ସାବିତ୍ରୀ ପୋଖରୀ ଭିତରକୁ ପଶି ଯାଇଥିଲା । ସେଠାରେ ତାଙ୍କ ଗୋଡ ଖସି ଯାଇଥିଲା । ଗୋଡ଼ ଖସିବାରୁ ପୋଖରୀର ଗଭୀର ପାଣିରେ ସାବିତ୍ରୀ ବୁଡି ଯାଇଥିଲେ । ଏହା ଦେଖି ସାଥିରେ ଥିବା ପିଲାମାନେ ଗ୍ରାମରେ ଆସି କହିବା ପରେ ପରିବାର ଲୋକେ ଓ ଗ୍ରାମବାସୀ ପୋଖରୀ ନିକଟକୁ ଯାଇ ଖୋଜିଥିଲେ । ବହୁତ ଖୋଜିବା ପରେ ନପାଇବାରୁ ପୋଲିସ ଓ ଅଗ୍ନିଶମ ବାହିନୀକୁ ଫୋନ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ପୋଖରୀରୁ ସାବିତ୍ରୀକୁ ଉଦ୍ଧାର କରିଥିଲେ । ସେଠାରୁ ଉଦ୍ଧାର କରି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ସାବିତ୍ରୀକୁ ମୃତ ଘୋଷଣା କରିଥିଲେ । ପୋଲିସ ମୃତଶରୀର ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ମୃତ ଶରୀର ହସ୍ତାନ୍ତର କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଲାଇଛନ୍ତି।

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସବୁଠି ଆଜି ଆନନ୍ଦ ଉଲ୍ଲାସର ମାହୋଲ । ଡଙ୍ଗା ଭସାଇ ପୂଣ୍ୟ ଅର୍ଜନ କରିବାକୁ ସବୁ ଜଳାଶୟରେ ଭିଡ଼ । ମାତ୍ର ଏପରି ସମୟରେ ଆଜି ସକାଳେ ମାଲକାନଗିରି ଜିଲ୍ଲା ସଦର ଚମ୍ପାନଗରରେ ଘଟି ଯାଇଛି ଏକ ଦୁଃଖଦ ଘଟଣା । ଭସା ଯାଇଥିବା ଡଙ୍ଗାରୁ ଟଙ୍କା ସଂଗ୍ରହ କରିବାକୁ ଯାଇ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଛନ୍ତି ନାବାଳିକା ସାବିତ୍ରୀ । ସାବିତ୍ରୀଙ୍କ ବାପା ତିରୁପତି ହନ୍ତାଳଙ୍କ ଗତ ଏକ ବର୍ଷ ତଳେ ମୃତ୍ୟୁ ଘଟିଥିଲା । ବିଧବା ମା କୁମାରୀ ହନ୍ତାଳ ପରଘରେ ମୂଲ ମଜୁରି ଲାଗି ଝିଅକୁ ସ୍କୁଲରେ ପାଠ ପଢ଼ାଉଥିଲେ । ହେଲେ କିଏ ଜାଣିଥିଲା ହସ ଖୁସିରେ ସାଙ୍ଗଙ୍କ ମେଳରେ ଡଙ୍ଗା ଭସାଇ ଡଙ୍ଗାରୁ ପଇସା ସଂଗ୍ରହ କରିବାକୁ ଯାଇ ନିରୀହ ନାବାଳିକାର ଜୀବନ ଚାଲିଯିବ। ସାବିତ୍ରୀର ମୃତ୍ୟୁ ଖବର ପାଇ ଚମ୍ପାନଗର ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.