ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଅଗ୍ନିକାଣ୍ଡରେ ଜଳିଗଲା ୪ବଖରା ଘର, କାରଣ ଅସ୍ପଷ୍ଟ

Published By : Harapriya Sethi | November 20, 2024 9:25 AM

ଭଦ୍ରକ,୨୦/୧୧: ମୀରାମହଲା ସାହିର ସେଖ୍‌ ସାଲାଦିନଙ୍କ ଘରେ ଅଗ୍ନିକାଣ୍ଡ । ନିଆଁ ଲାଗି ୪ ବଖରା ଘର ସମ୍ପର୍ଣ ଜଳି ପୋଡି ପାଉଁଶ ହୋଇଯାଇଛି । ଫଳରେ ଘରେ ଥିବା ସମସ୍ତ ଆସବାବପତ୍ର, ଧାନ, ଚାଉଳ, ଲୁଗା, ବାସନ, ସୁନା, ରୁପା, ବହି, ଖାତା ଇତ୍ୟାଦି ପୋଡ଼ି ଯାଇଛି । ଏହା ସହ ଘରେ ଥିବା ୨ଟି ଗାଈ ଏବଂ ୫ଟି ଛେଳି ମଧ୍ୟ ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି । ଏହି ଅଗ୍ନିକାଣ୍ଡକ କାରଣ ଅସ୍ପଷ୍ଟ ଥିବା ବେଳେ ଭଦ୍ରକ ଜିଲ୍ଲା ଗୁଜିଦରଡା ପଞ୍ଚାୟତ ମିରାମହଲା ସାହିରେ ଏହି ଘଟଣା ଘଟିଛି ।

ସୂଚନା ମୁତାବକ, ରବିବାର ସେଖ୍ ସାଲାଦିନଙ୍କ ଘର ଲୋକେ କୌଣସି କାମରେ ବାହାରକୁ ଯାଇଥିଲେ । ରାତି ସମୟରେ ହଠାତ ଘରେ ନିଆଁ ଲାଗିଥିଲା । କେହି କିଛି ବୁଝିବା ଆଗରୁ ଘର ସମ୍ପୂର୍ଣ ଜଳି ଯାଇଥିଲା । ଏହା ଦେଖି ଗାଁଲୋକେ ନିଆଁ ଲିଭେଇ ବାକୁ ପ୍ରୟାସ କରିଥିଲେ ଏବଂ ଅଗ୍ନିଶମ ବାହିନୀକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ଏକ ଟିମ୍‌ ପହଞ୍ଚିଥିଲା । ସେଠାରେ ପହଞ୍ଚି ନିଆଁ ଲିଭେଇବା ବେଳକୁ ଘର ସମ୍ପୂର୍ଣ ଜଳି ପୋଡ଼ି ନଷ୍ଟ ହୋଇ ଯାଇଥିଲା । ଫଳରେ ଘରେ ଥିବା ୨ଟି ଗାଈ ଏବଂ ୫ଟି ଛେଳିଙ୍କ ସହ ସମସ୍ତ ଆସବାବପତ୍ର, ଧାନ, ଚାଉଳ, ଲୁଗା, ବାସନ, ସୁନା, ରୁପା, ବହି, ଖାତା ଇତ୍ୟାଦି ପୋଡ଼ି ନଷ୍ଟ ହୋଇଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.