ନୂଆଦିଲ୍ଲୀ : ଦିଲ୍ଲୀର ବିଜେପି ସରକାର ' ଲକ୍ଷପତି ବିଟିୟା' ଯୋଜନାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ତତ୍ତ୍ୱବଧାନରେ ମଙ୍ଗଳବାର ହୋଇଥିବା କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ଲାଗିଛି। ଏହାସହ ୨୦୦୮ରେ ଲଞ୍ଚ କରାଯାଇ ଥିବା ଲାଡଲି ଯୋଜାନକୁ ବନ୍ଦ କରିଦିଆ ଯାଇଛି। ' ଲକ୍ଷପତି ବିଟିୟା' ଯୋଜନା ଅନୁସାରେ ଗ୍ରାଜୁଏସନ କରିବା ପରେ ଝିଅମାନଙ୍କୁ ଏକ ଲକ୍ଷ ଟଙ୍କାର ଅର୍ଥରାଶି ଦିଆଯିବ। ଏହା ପୂର୍ବରୁ ମହାରାଷ୍ଟ୍ର , ମଧ୍ୟ ପ୍ରଦେଶ ଓ ବିହାର ଭଳି ରାଜ୍ୟରେ ମଧ୍ୟ ମହିଳା କେନ୍ଦ୍ରିତ ଯୋଜନା କାର୍ଯ୍ୟକାର ହୋଇ ସାରିଛି। ଯେଉଁଥିରେ ପ୍ରତି ମାସ ଅର୍ଥାତ୍ ବାର୍ଷିକ ଆର୍ଥିକ ସହାୟତା ମହିଳାଙ୍କୁ ଦିଆଯାଏ। ଏବେ ଦିଲ୍ଲୀରେ ବିଜେପି ସରକାର ଝିଅମାନଙ୍କୁ ଏକକାଳୀନ ରାଶି ଦେଇ ଲକ୍ଷପତି ହେବାର ପ୍ରୟାସ କରିଛି। 

ବାବ୍ରୀ ପୁନଃନିର୍ମାଣକୁ ନେଇ ଯୋଗୀଙ୍କ କଡ଼ା ମନ୍ତବ୍ୟ : କହିଲେ , କେବେ ବି ଏହି ସ୍ୱପ୍ନ ପୂରା ହୋଇ ପାରିବ ନାହିଁ

କ୍ୟାବିନେଟ୍‌ରେ ମୋହର ଲାଗିବା ପରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ପ୍ରେସ୍ କନଫରେନ୍ସରେ କହିଥିଲେ, ୩୧ ମାର୍ଚ୍ଚ ଯାଏ ଲାଡଲୀ ଯୋଜନା ବନ୍ଦ କରି ଦିଆ ଯିବ ଏବଂ ଏହି ସ୍ଥାନରେ ଦିଲ୍ଲୀ ଲକ୍ଷପତି ବିଟିୟା ଯୋଜନାର ଆରମ୍ଭ କରାଯିବ। ସେ କହିଛନ୍ତି ପ୍ରତି ପରିବାରରୁ ଦୁଇ ଜଣ ଝିଅଙ୍କୁ ଏହି ଯୋଜନାର ଲାଭ ଦିଆଯିବ।ଦିଲ୍ଲୀରେ ଜନ୍ମିତ ପ୍ରତି ଝିଅକୁ ଏହି ଯୋଜନା ସହ ଯୋଡ଼ା ଯିବ ଏବଂ ଗ୍ରାଜୁଏସନ ପୂରା ହେବା ପରେ ସର୍ବନିମ୍ନ ଏକ ଲକ୍ଷ ଟଙ୍କା ଦିଆଯିବ।

ମୁଖ୍ୟମନ୍ତ୍ର କହିଛନ୍ତି – ଦିଲ୍ଲୀ ଲକ୍ଷପତି ବିଟିୟା ଯୋଜନା ଅନୁସାରେ , ପ୍ରତି ଝିଅଙ୍କୁ , ଯିଏ ଦିଲ୍ଲୀ ନିବାସୀ, ଯାହାଙ୍କର ପରିବାର ଦିଲ୍ଲୀରେ ରହୁଛନ୍ତି , ଘରେ ଦୁଇ ଜଣ ଝିଅଙ୍କୁ ଏହାର ଲାଭ ଦିଆଯିବ। ପ୍ରତି ଝିଅ ଉପରେ ୨୦-୨୦ ହଜାର ଟଙ୍କା ବୃଦ୍ଧି କରାଯିବ। ପ୍ରଥମେ ୩୬ ହଜାର ଥିଲା ,ଏହାର ଆମେ ୫୬ ହଜାର କରିଛୁ। ଦ୍ୱାଦଶ ଶ୍ରେଣୀ ପାସ୍ କରିବା ପରେ ନୁହେଁ , ଆମେ ଉତ୍ସାହିତ କରିଛୁ ଯେ, ଗ୍ରାଜୁଏସନ କରିବା ପରେ ମାଚ୍ୟୁରିଟିରେ ସର୍ବନିମ୍ନ ଏକ ଲକ୍ଷ ଟଙ୍କା ମିଳିବ।

ମୁଖ୍ୟମନ୍ତ୍ରୀ ଯୋଜନାର କିଛି ସର୍ତ୍ତର ସୂଚନା ଦେଇଛନ୍ତି। ହିତାଧିକାରୀ ଝିଅମାନଙ୍କୁ ଟୀକାକରଣ କରିବା ଜରୁରୀ। ମାନ୍ୟତାପ୍ରାପ୍ତ ସ୍କୁଲରେ ପଢିବା ଜରୁରି ଏବଂ ଯଦି ୧୮ ବର୍ଷ ବୟୟ ପୂର୍ବରୁ ବିବାହ କରାଯାଇ ଥାଏ ତ ଲାଭ ମିଳିବ ନାହିଁ।