ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମାଟି ତଳୁ ପ୍ରଭୁ ଶ୍ରୀରାମଙ୍କ ପିତଳ ବିଗ୍ରହ ବାହାରିଲା

Published By : Gurupada Nath | April 5, 2025 10:14 PM

କଟକ,୫/୪ : କଟକ ଜିଲ୍ଲା ବାଙ୍କୀ ବ୍ଲକର ରତାଗଡ଼ ଗ୍ରାମରୁ ଆଜି ପ୍ରଭୁ ଶ୍ରୀରାଚନ୍ଦ୍ରଙ୍କର ପିତଳ ପ୍ରତିମା ବାହାରିଛି । ସୂଚନା ଅନୁଯାୟୀ ଗତକାଲି ରାତିରେ ରତାଗଡ ଗ୍ରାମର ବଳରାମ ରାଉତଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ଯାହାକୁ ନେଇ ବଳରାମ ଆଜି ଦିନ ୨ଟା ୩୦ସମୟରେ ରତାଗଡ ରାମ ନବମୀ ଅନୁଷ୍ଠାନର ୪ଜଣ ସେବକଙ୍କୁ ଧରି ସ୍ୱପ୍ନାଦେଶ ହୋଇଥିବା ସ୍ଥାନ ଖୋଲିଥିଲେ ।  

ପାଖାପାଖି ସାଢେ ତିନି ଫୁଟ ଖୋଳିଲା ପରେ ପ୍ରଭୁଙ୍କର ପିତଳ ପ୍ରତିମା ବାହାରିଥିଲା । ଯାହାର ଉଚ୍ଚତା ପାଖାପାଖି ୮ ଇଞ୍ଚ ହୋଇଥିବାବେଳେ ଏଥିରେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ରଜଭିସେକ ପ୍ରତିମା ବୋଲି ଜଣାପଡିଛି । ଯେଉଁଥିରେ ମାତା ସୀତାଙ୍କ ସହ ଲକ୍ଷ୍ମଣ ଓ ହନୁମାନ ମଧ୍ୟ ରହିଛନ୍ତି । ଏହି ପ୍ରତିମା ଦେଖି ଆଖପାଖ ଲୋକଙ୍କ ମଧ୍ୟରେ ଗୋଟେ ଖୁସିର ଲହରୀ ଦେଖିବାକୁ ମିଳିଛି । ଆସନ୍ତାକାଲି ଶ୍ରୀରାମ ନବମୀ ଥିବାବେଳେ ଆଜି ପ୍ରଭୁଙ୍କର ଆଗମନ ଏବେ ନୂଆ ଉନ୍ମାଦନା ସୃଷ୍ଟି କରିଛି । ଆସନ୍ତାକାଲି ବ୍ରାହ୍ମଣ ଡାକି ପ୍ରଭୁଙ୍କର ବିଗ୍ରହ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି । ପ୍ରଭୁ ବାହାରିଥିବା ସ୍ଥାନର ମାଲିକ ଦିବାକର ମଳିକ ପ୍ରଭୁଙ୍କ ବାହାରିବା ଦେଖି ତାଙ୍କ ପରିବାରରେ ବହୁତ ଆନନ୍ଦ ଖେଳି ଯାଇଛି । ଆଖ ପାଖ ଗ୍ରାମରେ ଏ ଖବର ଖେଳି ଯିବା ପରେ ପ୍ରଭୁଙ୍କୁ ଦେଖିବାକୁ ଲୋକମାନଙ୍କର ଗହଳି ଦେଖିବାକୁ ମିଳିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.