ମୁମ୍ୱାଇ – ହାଇଦ୍ରାବାଦ ଜେଲ୍‌ରୁ ମୁକ୍ତ ହେବାର ଗୋଟିଏ ଦିନ ପରେ ‘ପୁଷ୍ପା-୨ : ଦ ରାଇଜ’ର ଅଭିନେତା ଅଲ୍ଲୁ ଅର୍ଜୁନ କାର୍‌ ଚଲାଇବାର ଆସିଲେ ନଜର। ଉଲ୍ଲେଖନୀୟ ଯେ,ଯେବେ ପପରାଜୀ ରବିବାର ଦିନ ଅଲ୍ଲୁ ଅର୍ଜୁନଙ୍କୁ ତାଙ୍କର ପତ୍ନୀ ସ୍ନେହା ରେଡ୍ଡୀ ଓ ଝିଅ ଅଲ୍ଲୁ ଅରହାଙ୍କ ସହ ସ୍ପଷ୍ଟ କରିଥିଲେ, ସେତେବେଳେ ସେ କାର୍‌ରୁ ନିଜର ପିଉସା ଚିରଞ୍ଜୀବୀଙ୍କ ଘରକୁ ଯାଉ ଥିଲେ। ସାମନାକୁ ଆସିଥିବା ଭିଡ଼ିଓରେ ଅଲ୍ଲୁ ଅର୍ଜୁନ ଓ ତାଙ୍କ ପରିବାର ଖୁସି ଥିବାର ଦେଖା ଯାଉଛି।  

ସାମ୍ନାକୁ ଆସିଥିବା ଭିଡ଼ିଓରେ ଅଲ୍ଲୁ ଅର୍ଜୁନ ନିଜ ଘର ଠାରୁ ବାହାରିବାର ଦେଖା ଯାଉଛି। ସେପଟେ ଦ୍ୱିତୀୟ ଭିଡ଼ିଓରେ ସେ ନିଜର ପତ୍ନୀ ସ୍ନେହା ରେଡ୍ଡୀ ଓ ପିଲାଙ୍କ ସହ ଚିରଞ୍ଜୀବୀଙ୍କ ଘରେ ପ୍ରବେଶ କରିବାର ନଜର ଆସୁଛି। ଏହି ସବୁ ଭିଡ଼ିଓ ସହ ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଫଟୋରେ ଅଲ୍ଲୁ ଅର୍ଜୁନ, ତାଙ୍କର ପତ୍ନୀ ସ୍ନେହା ରେଡ୍ଡୀ ଓ ଚିରଞ୍ଜୀବୀଙ୍କ ସହ ଠିଆ ହୋଇ ଥିବାର ଦେଖା ଯାଉଛି। ଏହି ଫଟୋରେ ଅଲ୍ଲୁ ଅର୍ଜୁନ ଅରେଞ୍ଜ କଲରର ସ୍ୱେଟସର୍ଟ ପିନ୍ଧି ଥିବାର ଦେଖା ଯାଉଛି। ସେଠାରେ ତାଙ୍କର ପତ୍ନ ସ୍ନେହା ଫ୍ଲୋରଲ କୁର୍ତ୍ତା ଓ ଝିଅ ପିଙ୍କ କଲରର ଡ୍ରେସ୍‌ରେ ଖୁବ୍‌ ସୁନ୍ଦର ଲାଗୁଛନ୍ତି। 


କହି ରଖୁଛୁ କି , ,ଯେବେ ଅଲ୍ଲୁ ଅର୍ଜୁନ ଜେଲ୍‌ରୁ ମୁକ୍ତ ହୋଇ ଥିଲେ , ସେତେବେଳେ ଚିରଞ୍ଜୀବୀଙ୍କ ପତ୍ନୀ ସୁରେଖା , ଅଲ୍ଲୁ ଅର୍ଜୁନଙ୍କ ଜୁବଲୀ ହିଲ୍ସ ସ୍ଥିତ ଘରେ ପହଞ୍ଚି ଥିଲେ ଏବଂ ତାଙ୍କୁ ଆଲିଙ୍ଗନ କରି ଥିଲେ। ସେପଟେ ଶୁକ୍ରବାର ଯେବେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇ ଥିଲା,ସେତେବେଳେ ଚିରଞ୍ଜୀବୀ ନିଜେ ଅଭିନେତାଙ୍କୁ ନିଜର ସମର୍ଥନ ଦେବାକୁ ତାଙ୍କ ଘରକୁ ଯାଇଥିଲେ। 


ଅଲ୍ଲୁ ଅର୍ଜୁନଙ୍କ ପିତା ଅଲ୍ଲୁ ଅରବିନ୍ଦ ,ଚିରଞ୍ଜୀବୀଙ୍କ ପତ୍ନୀ ସୁରେଖାଙ୍କ ଭାଇ। ଏହାର ଅର୍ଥ ଚିରଞ୍ଜୀବୀ , ଅଲ୍ଲୁ ଅର୍ଜୁନଙ୍କ ପିଉସା ଓ ଚିରଞ୍ଜୀବୀଙ୍କ ପତ୍ନୀ ସୁରେଖା , ଅଲ୍ଲୁ ଅର୍ଜୁନଙ୍କ ପିଉସୀ।