ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସୋଆ ପ୍ରାଚୀନ ପକ୍ଷରୁ ଲେଖା ସମ୍ପାଦନ ଉପରେ ୫ ଦିନିଆ କର୍ମଶାଳା ଉଦ୍‌ଯାପିତ

Published By : Ladu Kishor | April 29, 2025 10:35 PM

ଭୁବନେଶ୍ୱର ୨୯/୦୪ : ପୁରାତନ ଓଡ଼ିଆ ପୋଥି ଗୁଡ଼ିକର ଲେଖା ସମ୍ପାଦନା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସେଂଟର ଫର ପ୍ରୋପଗେସନ୍‌ ପ୍ରିଜରଭେସନ୍‌ ଆଣ୍ଡ ରେଷ୍ଟୋରେସନ୍‌ ଅଫ୍‌ ଆନ୍‌ସିଏଂଟ କଲ୍‌ଚାରାଲ ଆଣ୍ଡ ହେରିଟେଜ ଅଫ୍‌ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ସୋମବାର ଏଠାରେ ୫-ଦିନିଆ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି । ଏହି କର୍ମଶାଳାରେ ଲେଖା ସମ୍ପାଦନାରେ ଦକ୍ଷତା ବୃଦ୍ଧି ପାଇଁ ୧୫ ଜଣ ଗବେଷକଙ୍କୁ ତାଲିମ ଦିଆଯିବା ସହ ମାନପତ୍ର ପ୍ରଦାନ କରାଯାଇଛି । ସୋଆ, ଉକ୍ତଳ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ଗବେଷକ ମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପ୍ରାଚୀନର ମୁଖ୍ୟ ପ୍ରଫେସର ଗାୟତ୍ରୀବାଳା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ, ଏ ପର୍ଯ୍ୟନ୍ତ ଓଡ଼ିଶାରେ ଏହି ଧରଣର କର୍ମଶାଳା ଆୟୋଜିତ ହୋଇ ନଥିଲା । ଏହି କର୍ମଶାଳାରେ ଗବେଷକ ମାନେ ପୋଥି ସାହିତ୍ୟ ଓ ପୋଥି ସମ୍ବନ୍ଧୀୟ ଜ୍ଞାନ ଆହରଣ କରିପାରିଛନ୍ତି ।  

ଏହି କ୍ଷେତ୍ରରେ ବିଶେଷ ପାରଦର୍ଶିତା ଥିବା ତିନି ଜଣ ବିଶେଷଜ୍ଞ ପ୍ରଫେସର ଗୌରାଙ୍ଗ ଚରଣ ଦାଶ, ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଓ ପ୍ରଫେସର ସନ୍ତୋଷ କୁମାର ରଥ କର୍ମଶାଳାରେ ଯୋଗ ଦେଇଥିବା ଗବେଷକ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଗବେଷକ ମାନଙ୍କୁ ପ୍ରଶିକ୍ଷିତ କରିବା ସହ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ ।

ପ୍ରାଚୀନ ସାହିତ୍ୟ ସଂପର୍କରେ ଧାରଣା ପାଇବା ସହିତ ପୋଥିର ଲେଖନୀ ଶୈଳୀ ଓ ଶଦ୍ଦ ସଂଯୋଜନା ଓ ସବିଶେଷରେ ସୂଚନା ଓ ଶିକ୍ଷା ଲାଭ କରିପାରିଛନ୍ତି ବୋଲି ପ୍ରଫେସର ପଣ୍ଡା କହିଥିଲେ। ଏଭଳି ପ୍ରୟାସ ଦ୍ୱାରା ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀ ଓ ଗବେଷକ ମାନଙ୍କୁ ବିଶେଷ ସହାୟକ ହେବ ବୋଲି ଗବେଷକ ମାନେ ନିଜ ଅନୁଭୂତି  ମାଧ୍ୟମରେ ପ୍ରକାଶ କରିଥିଲେ ।ଏହି କର୍ମାଶାଳାରେ ଯୋଗ ଦେଇଥିବା ୧୫ ଜଣ ଗବେଷକ ମାନଙ୍କୁ ପ୍ରଫେସର ପଣ୍ଡା ମାନପତ୍ର ପ୍ରଦାନ କରିଥିଲେ । ଉଦ୍‌ଘାଟନୀ ଅବସରରେ ପ୍ରାଚୀନର ପ୍ରାଚୀନ ବକ୍ତୃତାମାଳା-୨ ସମ୍ପାନ ‘ସାହିତ୍ୟର ନୃତତ୍ୱ’ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ସୋଆର ନୃତତ୍ୱ ଓ ଆଦିବାସୀ ଅଧ୍ୟୟନ ବିଭାଗର ଏମିରଟସ୍‌ ପ୍ରଫେସର ଜଗନ୍ନାଥ ଦାଶ ଯୋଗଦେଇ ସାହିତ୍ୟ ଓ ନୃତତ୍ୱର ସଂପର୍କ ଏବଂ ସାହିତ୍ୟକୁ କିପରି  ନୃତତ୍ୱ ପ୍ରଭାବିତ କରେ  ସେ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ମାନବ ବିଦ୍ୟାର ଗବେଷଣା ସୃଷ୍ଟ ସାହିତ୍ୟ କାଳଜୟୀ ହୋଇଥାଏ ଏବଂ ସାଧାରଣ ମଣିଷର ଚେତନାକୁ ପ୍ରଭାବିତ କରିଥାଏ ବୋଲି ପ୍ରଫେସର ଦାଶ ପ୍ରକାଶ କରିଥିଲେ।

ଏହି ଅବସରରେ ସୋଆ ପ୍ରାଚୀନର ସଂସ୍କୃତି ଓ ଅଧ୍ୟୟନ ବିଭାଗର ପ୍ରଫେସର ସନ୍ତୋଷ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ। ଡକ୍ଟର ନିହାର ରଂଜନ ମିଶ୍ର ଓ ଶ୍ରୀ ଜୀବନ କୁମାର ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶ୍ରୀ ବିଭୂତି ପ୍ରସାଦ ସାହୁ ଓ ଶ୍ରୀ ସମ୍ବିତ ପଟ୍ଟନାୟକ ସହଯୋଗ କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.