ଫିରିଙ୍ଗିଆ ୨୮/୧୦ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ସଭାଗୃହ ଠାରେ ଚାଲିଥିବା ଚାରି ଦିବସୀୟ ବହୁଭାଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ସିଂଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ତାଲିମ ଶିବିରକୁ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସତ୍ୟଜିତ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ତୃଣମୂଳ ସ୍ତରରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମାନଙ୍କ ପରିଦର୍ଶନ ଉପରେ ଆଲୋଚନା କରିବା ସହ ପିଲାମାନଙ୍କ ମାତୃଭାଷା ଉପରେ ଗୁରୁତ୍ୱ ଦେଲେ ପିଲା ମାନଙ୍କର ଭାଷା ଉପରେ ପରିବର୍ତନ ହୋଇପାରିବ ବୋଲି ଅଭିଭାଷଣ ରଖିଥିଲେ I ଅନ୍ୟମାନଙ୍କ ମଧ୍ୟ୍ୟରେ ଓଡିଶା ଭାଷା ଓ ସଂସ୍କୃତି ଏକାଡେମୀ ଭୁବନେଶ୍ୱରର ଭାଷା ଏକ୍ସପର୍ଟ ପ୍ରେମାନନ୍ଦ ପଟେଲ, ଲାଙ୍ଗୁଏଚ ଏଟିଏଲଏସ ରିସର୍ଚ୍ଚ ଆସିଷ୍ଟାଣ୍ଡ ଡକ୍ଟର ସଂଯୁକ୍ତା ମହାପାତ୍ର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ଫିରୋଜ ଖାନ ଓ ସହକାରୀ ଶିକ୍ଷକ ଉଦ୍ଧବ କହଁର ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ I
କାର୍ଯ୍ୟକ୍ରମକୁ ଜିଲ୍ଲା ମଙ୍ଗଳ ବିଭାଗ ଆୟୋଜନ କରିଥିବା ବେଳେ ଫିରିଙ୍ଗିଆ ବ୍ଲକ ଅଧୀନରେ ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ବିଦ୍ୟାଳୟ ମାନଙ୍କର ପ୍ରାୟ ଶହେରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ତାଲିମ ନେଇଥିଲେ I ଚାରି ଦିନ ଧରି ଏହି କାର୍ଯ୍ୟକ୍ରମରେ କନ୍ଧମାଳର କୁଇ ଭାଷା ଉପରେ ଆଲୋଚନା ହୋଇଥିବା ବେଳେ ମୌଖିକ ଭାଷା, ଅକ୍ଷର ଗୁଡିକୁ କିଭଳି ଭାବରେ ଚିହ୍ନି ପଢିବା, ସୁଗମ ପଠନ, ଭାଷାକୁ ଲେଖିବା, ପ୍ରାକ ସଂଖ୍ୟା ଜ୍ଞାନ ଓ ଗଣିତ, ଜ୍ୟାମିତିକ ଆକୃତିକୁ ଜାଣିବା, ମାପ ଓ ଧରାକରେ ତଥ୍ୟକୁ ବ୍ୟବହାର ବିଷୟରେ ତାଲିମ ଦିଆଯାଇଥିଲା । ପ୍ରଥମରୁ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଏଫଏଲଏନର ବ୍ୟବହାର କିଭଳି କରାଯାଇ ପାରିବ ସେ ବିଷୟରେ ଆଲୋଚନା ହୋଇଥିଲା I ଏହି କାର୍ଯ୍ୟକ୍ରମ ଅବସରରେ ଭାଷା ଭିତ୍ତିକ ପୁସ୍ତକ ବରଳି, ଟିଏଲଏମ ଏକ ଓ ଟିଏଲଏମ ଦୁଇକୁ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା I କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଉମେଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I