ଛତ୍ରପୁର, ୮।୯: ଛତ୍ରପୁର ରେଳ ଷ୍ଟେସନରେ ଚଳନ୍ତା ରେଳ ଗାଡ଼ିରୁ ଖସି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ୪୫ ବର୍ଷୀୟ ପ୍ରବୀଣ ବେହେରା । ତାଙ୍କ ଘର ଛତ୍ରପୁର ରାମକୃଷ୍ଣ ନଗର ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଛି

ସୂଚନାନୁସାରେ, ଏକ ଘରୋଇ କୋରିୟାର ସଂସ୍ଥାରେ ପ୍ରବୀଣ କାମ କରୁଥିବା ବେଳେ ସେ ଭୁବନେଶ୍ୱର ଫେରୁଥିଲେ ଖଲିକୋଟ ଷ୍ଟେସନରେ ଗାଡ଼ିରେ ଆସି ଗତକାଲି ରାତିରେ ଛତ୍ରପୁର ଷ୍ଟେସନରେ ପହଞ୍ଚିଥିଲେ ଟ୍ରେନରୁ ଓହ୍ଲାଇବା ସମୟରେ ସେ ଧରିଥିବା ବ୍ୟାଗ୍‌ଟି ଗେଟ୍‌ରେ ଲାଗିଯାଇଥିଲା । ଟ୍ରେନ୍‌ଟି ହଠାତ୍ ଛାଡ଼ି ଦେବାରୁ ରେଳ ଲାଇନ ଭିତରକୁ ସେ ପଶିଯାଇଥିଲେ l ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ପ୍ରବୀଣ ଜଣେ ଅବସର ପ୍ରାପ୍ତ ସେନା କର୍ମଚାରୀ ।