ତିଗିରିଆ ୧୭/୦୧ : ଡିଜେ ହେଲା କାଳ, ଅକାଳରେ ଚାଲିଗଲା ଜୀବନ l ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣାରେ l

ସୂଚନା ଅନୁଯାୟୀ, ଗତକାଲି ରାତିରେ ନୂଆପାଟଣାର ସୁରେନ୍ଦ୍ର ପାଟଣାରେ ଜଣଙ୍କ ବାହାଘର ପ୍ରସେସନରେ ଏକ ଡିଜେ ଗାଡି ଯାଉଥିଲେ। ଏହି ସମୟରେ ଡିଜେରେ ଦିଆଯାଇଥିବା ଭାଇବ୍ରେଟର ଓ ସାଉଣ୍ଡକୁ ସହ୍ୟ କରିପାରିନଥିଲେ ସୁରେନ୍ଦ୍ର ପାଟଣାର ଲକ୍ଷ୍ମୀଧର ଚନ୍ଦ (୪୭)। ଛାତି କଣ ହୋଇଯାଉଛି କହି ଟଳି ପଡ଼ିଥିଲେ l ପରିବାର ଲୋକେ ତାଙ୍କୁ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ l ଏନେଇ ତିଗିରିଆ ଥାନାରେ ଅଭିଯୋଗ ପରେ ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି l