ଉଦଳା ୧୯/୧୧ : ବିଳମ୍ବିତ ରାତିରେ ଅଘଟଣ। ଜଳିଗଲା ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ୍‌। ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ପୋଡା ଡିହା ଛକ ନିକଟରେ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପୋଡା ଡିହା ଛକ ନିକଟ ରାସ୍ତା କଡରେ ଏକ ଗୋରୁ ବୋଝେଇ ପିକଅପ୍‌ ଭ୍ୟାନ୍‌ ହୁତୁହୁତୁ ହୋଇ ଜଳିଗଲା । ଏହି ପିକଅପରେ ୮ଟି ଗୋରୁ ଥିଲେ।  ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇଛି। ୭ ଗୋରୁକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ତେବେ ଗୁରୁତର ଗୋରୁଙ୍କୁ ଛାଡି ଦେଇ ମୃତ ଗୋରୁକୁ ପୋତି ଫେରାର୍‌ ହୋଇଛନ୍ତି ଗୋରୁ ମାଫିଆ।