ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଦୀର୍ଘ ୫ ବର୍ଷ ପରେ ଦେଖିବାକୁ ମିଳିଲା ବିରଳ ୟୁରୋପୀୟ ଷ୍ଟାରଲିଂ, ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫର ସୌଭାଗ୍ୟ ମହାନ୍ତିଙ୍କ ଦ୍ଵାରା ଠାବ

Published By : Rasmita Pradhan | October 22, 2024 10:09 AM

ବାଙ୍ଗିରିପୋଷି,୨୨/୧୦ : ବାଙ୍ଗିରିପୋଷି ଅଞ୍ଚଳରେ ଦେଖିବାକୁ ମିଳିଲା ବିରଳ ୟୁରୋପୀୟ ଷ୍ଟାରଲିଂ (ଷ୍ଟର୍ନସ୍ ଭାଲ୍ଗାରିସ୍) ପକ୍ଷୀ । ଯାହା କମନ ଷ୍ଟାରଲିଂ ଭାବରେ ମଧ୍ୟ ବେଶ୍ ଜଣାଶୁଣା। ଏହି ପକ୍ଷୀର ବାସସ୍ଥାନ ମୂଳ ଦେଶ ୟୁରୋପ ହେଇଥିବା ବେଳେ ଏହା ପଶ୍ଚିମ ଏସିଆ ଏବଂ ଉତ୍ତର ଆଫ୍ରିକାର କିଛି ଅଂଶରେ ମଧ୍ୟ ଦେଖିବାକୁ ମିଳେ। ଗତ ୨୦୧୫ ମସିହାରେ ଓଡ଼ିଶାର ଯାଜପୁର ଟାଉନରେ ଏହି ପକ୍ଷୀ ପ୍ରଥମେ ଦେଖିବାକୁ ମିଳିଥିଲା। ପରେ ୨୦୧୯ ମସିହାରେ ବରିପଦା ଠାରେ ଦେଖିବାକୁ ମିଳିଥିଲା । ତେବେ ପୁଣି ଦୀର୍ଘ ୫ ବର୍ଷ ପରେ ଏହି ପକ୍ଷୀ ବାଙ୍ଗିରିପୋଷି ଅଞ୍ଚଳରେ ଦେଖିବାକୁ ମିଳିଛି। ଗତ ୧୮ ତାରିଖରେ ଜଣାଶୁଣା ୱାଇଲ୍ଡ ଲାଇଫ୍ ଫଟୋଗ୍ରାଫର ସୌଭାଗ୍ୟ ଶେଖର ମହାନ୍ତି ନିଜ କ୍ୟାମେରା ଲେନ୍ସରେ ଏହି ପକ୍ଷୀର ଚିତ୍ର ଉତ୍ତୋଳନ କରିଛନ୍ତି। 

ସୂଚନାନୁଯାୟୀ, ବାଙ୍ଗିରିପୋଷି ନିକଟସ୍ଥ ଜାମଦାପାଳ ନିକଟରେ ଏହି ବିରଳ ପକ୍ଷୀ ଦେଖିବାକୁ ମିଳିଥିଲା। ୱାଇଲ୍ଡ ଲାଇଫ୍ଫ ଫଟୋଗ୍ରାଫି କ୍ଷେତ୍ରରେ ଏହା ଏକ ଅବିସ୍ମରଣୀୟ ଉପଲବ୍ଧି ବୋଲି ସୌଭାଗ୍ୟ କହିଛନ୍ତି। ଏହି ପକ୍ଷୀର ଆକାର ମଧ୍ୟମ ଆକାରର। ଏହା ପ୍ରାୟ ୧୯–୨୩ ସେମି (୭.୫–୯ ଇଞ୍ଚ) ଲମ୍ବ ହେଇଥିବା ବେଳେ ଡେଣା ବିସ୍ତାର କଲେ ଏହା ୩୧–୪୪ ସେମି (୧୨–୧୭ ଇଞ୍ଚ) ପର୍ଯ୍ୟନ୍ତ ଲମ୍ବ ହୋଇଥାଏ। ଏହି ପକ୍ଷୀର ବିଶେଷତ୍ଵ ହେଉଛି ଏହା ଋତୁ ସହିତ ରଙ୍ଗ ପରିବର୍ତ୍ତନ କରେ । ଗ୍ରୀଷ୍ମ ସମୟରେ ହଳଦିଆ ରଙ୍ଗର ପର, ଶୀତ ଋତୁରେ ସେମାନଙ୍କର ପର ଗୁଡିକ ଧଳା ଧଳା ଦାଗରେ ରୂପାନ୍ତରିତ ହୋଇଥାଏ ଏବଂ ପ୍ରଜନନ ଋତୁରେ ଏମାନଙ୍କର ପର ଗୁଡିକ ସବୁଜ ଏବଂ ବାଇଗଣୀ ରଙ୍ଗର ଛାଇ ସହିତ କଳା ରଙ୍ଗରେ ଚିକମିକ ଦିଶେ । 

ଏହି ପକ୍ଷୀ ମୁଖ୍ୟତଃ କୀଟପତଙ୍ଗ, ଫଳ ଏବଂ ମଞ୍ଜିରେ ଖାଇ ବଞ୍ଚନ୍ତି। ଘାସ, ପର, କାଠି, କୁଟା ଏବଂ ଡାଳ ଭଳି ବିଭିନ୍ନ ସାମଗ୍ରୀ ବ୍ୟବହାର କରି ସେମାନେ ଗୁମ୍ଫାରେ ବସା ନିର୍ମାଣ କରିଥାନ୍ତି । ଷ୍ଟାରଲିଙ୍ଗମାନେ ଅନ୍ୟ ପକ୍ଷୀମାନଙ୍କର ବସା ନିଅନ୍ତି ବୋଲି ମଧ୍ୟ ଜଣାଶୁଣା । ସେମାନେ ଖୋଲା କ୍ଷେତ୍ର ଯେପରିକି ଚାଷ ଜମି, ସହର, ଏବଂ ପାର୍କ ଗୁଡିକରେ ବିଚରଣ କହିବାକୁ ଖୁବ ଭଲ ପାଆନ୍ତି। ଏହି ପକ୍ଷୀ ଜଙ୍ଗଲରେ ପ୍ରାୟତଃ ୨-୩ ବର୍ଷ ବଞ୍ଚୁଥିବା ବେଳେ ଆଦର୍ଶ ଓ ଅନୁକୂଳ ପରିବେଶରେ ପ୍ରାୟ ୧୫ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.