ପୁରୀ, ୧୧।୧ : ମହାକୁମ୍ଭ ମେଳା ୨୦୨୫ ପାଇଁ ପୁରୀ ରୁ ଅଯୋଧ୍ୟା ଗଡିବ ସ୍ବତନ୍ତ୍ର ବସ୍।ଏହି ସ୍ବତନ୍ତ୍ର ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ରବିବାର ପୂର୍ବାହ୍ନ ୧୦ ଟା ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭର୍ଚୁଆଲ ମାଧ୍ୟମରେ ଏହି ସ୍ବତନ୍ତ୍ର ବସ୍ ସେବାର ଶୁଭାରମ୍ଭ କରିବେ। ମାଳତିପାଟପୁର ଠାରେ ଏହି ବସ୍ ସେବାର ଶୁଭାରମ୍ଭ ହେବ।